ପିଏମ୍ ଆବାସ ଯୋଜନାରେ ତିଆରି ହେବ ୮୦ ଲକ୍ଷ ଘର
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୦୨୩ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। କରୋନା ମହାମାରୀର ନୂଆ ଲହରୀ ଭିତରେ ଆଜି ସେ ନିଜର ଚତୁର୍ଥ ବଜେଟ୍ ଆଗତ କରିଛନ୍ତି। ଏହି ବଜେଟ୍ ଦ୍ବାରା ଇଣ୍ଡଷ୍ଟ୍ରୀ ଓ ଅନ୍ୟ ସେକ୍ଟର ସହିତ ସାଧାରଣ ଲୋକଙ୍କୁ ମଧ୍ୟ ଖୁବ୍ ଆଶା ଥିଲା। ସାଧାରଣ ଲୋକଙ୍କ ପାଇଁ ସରକାର ବଜେଟ୍ରେ ବଡ ଘୋଷଣା କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ନଳ-ଜଳ ଯୋଜନା ପାଇଁ ଆବଣ୍ଟନ କରିଛନ୍ତି।
ଅର୍ଥମନ୍ତ୍ରୀ ନିଜର ବଜେଟ୍ ଭାଷଣରେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବସ ଯୋଜନା ଅନୁସାରେ, ୮୦ ଲକ୍ଷ ଘର ତିଆରି କରାଯିବ। ଏଥିପାଇଁ ୪୮ ହଜାର କୋଟି ଟଙ୍କାର ଫଣ୍ଡ ଆବଣ୍ଟନ କରାଯିବ। ସମସ୍ତ ଘରକୁ ପିଇବା ପାଇଁ ସଫା ପାଣି ଯୋଗାଇ ଦିଆଯିବା ଉପରେ ଫୋକସ୍ ସ୍କିମ୍ ନଳ-ଯୋଜନା ପାଇଁ ଏହି ବଜେଟ୍ରେ ୬୦ ହଜାର କୋଟି ଟଙ୍କା ଆବଣ୍ଟିତ କରାଯାଇଛି।
ସରକାର କମ୍ ଆୟ ଥିବା ଲୋକଙ୍କୁ ବାସଭବନ ପ୍ରଦାନ କରିବା ପାଇଁ ପିଏମ୍ ଆବାସ ଯୋଜନା ଲଞ୍ଚ କରିଥିଲେ। ଏଥିପାଇଁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ୨ କୋଟି ଘର ତିଆରି କରିବାର ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ମିଳିବ। ଏହା ଅନୁସାରେ ଘର କିଣିବା ଉପରେ ସରକାରଙ୍କ ପକ୍ଷରୁ ସବସିଡି ଦିଆଯାଇଥାଏ। ସବସିଡିର ଅର୍ଥ ଅଲଗା ଆୟ ବର୍ଗ ପାଇଁ ହୋଇଥାଏ।
Comments are closed.