ଚଳିତବର୍ଷ ଭବ୍ୟ ଅୟୋଜନ ହେବ ଓଡ଼ିଶା ଦିବସ-୨୦୨୫

Share It

କଟକ “ସତ୍ୟଭାମାପୁର” ଠାରେ ପାଳନ ହେବ “ରାଜ୍ୟସ୍ତରୀୟ ଉତ୍ସବ”

କୋଲକାତା, ମୁମ୍ବାଇ, ଚେନ୍ନାଇ, ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ହେବ ଓଡ଼ିଶା ଦିବସ ପାଳନ ସମାରୋହ

ଭୁବନେଶ୍ୱର, ୨୦.୦୩.୨୦୨୫ : ଆଗାମୀ ଅପ୍ରେଲ ୧ ତାରିଖରେ ଓଡ଼ିଶା ଦିବସ-୨୦୨୫ ପାଳନ ଉପଲକ୍ଷେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । 
ଚଳିତ ବର୍ଷ “ରାଜ୍ୟସ୍ତରୀୟ ଓଡ଼ିଶା ଦିବସ” ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ସତ୍ୟଭାମାପୁର ଠାରେ ମହାସମାରୋହରେ ପାଳନ  ହେବ । 

ସେହିଭଳି ରାଜଧାନୀ ଭୁବନେଶ୍ୱର ସମେତ ନୂଆଦିଲ୍ଲୀ, କୋଲକତା, ମୁମ୍ବାଇ ଓ ଚେନ୍ନାଇ,  ରାଜ୍ୟର ବିଭିନ୍ନ ରାଜସ୍ୱ ଡିଭିଜନ, ଜିଲ୍ଲା ଓ ଉପଖଣ୍ଡ ସଦର ମହକୁମାରେ ଓଡ଼ିଶା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯିବ । ସତ୍ୟଭାମାପୁର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।  ଅନ୍ୟ ବିଭିନ୍ନ ସ୍ଥାନରେ ମାନ୍ୟବର ମନ୍ତ୍ରୀ, ରାଜସ୍ୱ ଆୟୁକ୍ତ ଓ ଜିଲ୍ଲାପାଳମାନେ ଅତିଥିଭାବେ ଯୋଗ ଦେବେ ।


Share It

Comments are closed.