ପାଙ୍ଗଙ୍ଗ ହ୍ରଦ ଠାରେ ଡ୍ୟାନ୍ସ କରି ନିଜକୁ ଉତ୍ସାହିତ କଲେ ଭାରତୀୟ ଯବାନ, ଦେଖନ୍ତୁ ଭିଡିଓ
କିଛି ଦିନ ପୂର୍ବରୁ ଲଦାଖସ୍ଥିତ ପାଙ୍ଗଙ୍ଗ ତୋସ ହ୍ରଦ ଠାରେ ଭାରତୀୟ ଏବଂ ଚୀନ ସୈନିକଙ୍କ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ବର୍ତ୍ତମାନ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । କେନ୍ଦ୍ରମନ୍ତ୍ରୀ କିରନ ରିଜ୍ଜୁ ଏହି ଭିଡିଓ ସେୟାର କରିଛନ୍ତି । ଏଥିରେ ପାଙ୍ଗଙ୍ଗ ହ୍ରଦ ଠାରେ ଭାରତୀୟ ଯବାନ ଖୁବ ଉତ୍ସାହର ସହ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳୁଛି ।
It feels great whenever soldiers enjoy! Brave Indian Army Gorkha Jawans and colleagues with full music at Pangong Tso in Ladakh. pic.twitter.com/d56Qjl3RhN
— Kiren Rijiju (@KirenRijiju) March 25, 2021
ଏହାର କ୍ୟାପସନରେ ସେ ଲେଖିଛନ୍ତି ଯେ, “ଖୁବ ଭଲ ଲାଗେ ଯେତେବେଳେ ଯବାନମାନେ ନାଚନ୍ତି । ବାହାଦୁର ଭାରତୀୟ ଆର୍ମିର ଗୋରଖା ଯବାନ ନିଜ ସାଥୀଙ୍କ ସହ ଫୁଲ ମ୍ୟୁଜିକ ଲଗାଇ ପାଙ୍ଗଙ୍ଗ ହ୍ରଦ ଠାରେ ନାଚି ନିଜକୁ ଉତ୍ସାହିତ କରୁଛନ୍ତି । ” ଭିଡିଓରେ ସଂପୂର୍ଣ୍ଣ ଭାବେ ଜଣା ପଡୁଛି ଯେ, କିପରି ଦୁଇଟି ଯବାନ ଡ୍ୟାନ୍ସ କରୁଛନ୍ତି ବୋଲି । ବାକି ଯବାନ ପଛରୁ ଆୱାଜ ଦେଉଛନ୍ତି ଏବଂ ତାଙ୍କ ମନୋବଳ ବଢାଉଛନ୍ତି ।
ଜନତାଙ୍କୁ ଏହି ଭିଡିଓ ଦେଖିବାକୁ ଖୁବ ପସନ୍ଦ ଆସିଥିବାବେଳେ ଏହା ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି ।
Comments are closed.