ମଧ୍ୟାନ ଭୋଜନ ପାଇଁ ପ୍ରଧାନଶିକ୍ଷତ୍ରୀ ଓ ରୋଷେୟା ହେଲେ ହାତାହାତୀ, ଦେଖନ୍ତୁ ଭିଡିଓ

Share It

ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ସ୍କୁଲରେ ମଧ୍ୟାହ୍ନ ଭୋଜନ ସମୟରେଏକ ଆଶ୍ଚର୍ଯ୍ୟଚକିତ କରିଦେଲା ଭଳି ଘଟଣା ସାମନାକୁ ଆସିଛି । ଛାତ୍ରଛାତ୍ରୀଙ୍କୁ ପରିବେଷଣ କରାଯାଇଥିବା ଖାଦ୍ୟରେ କୀଟପତଙ୍ଗ ମିଳିବାରୁ ପିଲାମାନେ ଖାଦ୍ୟ ଖାଇବାକୁ ମନା କରିଦେଲେ ଏବଂ ସ୍କୁଲରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଏହାକୁ ନେଇ ଖାଦ୍ୟର ଗୁଣବତ୍ତା ଉପରେ ଅଭିଯୋଗ ଉଠିଲା ଏବଂ ସ୍କୁଲର ମହିଳା ପ୍ରିନ୍ସିପାଲ୍ ଓ ରୋଷେୟାଙ୍କ ମଧ୍ୟରେ ତୀବ୍ର ଦେଖା ଦେଇଥିଲା। ସେମାନଙ୍କର ଝଗଡ଼ାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇ ବିସ୍ତୃତ ଆଲୋଚନାରେ ହୋଇଥିବା ଭିଡିଓ ଚର୍ଚ୍ଚାର ପରିସରକୁ ଆସିଛି ।
କଥାକଟାକଟି ପରେ ଦୁଇଜଣଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିଲା। ଭିଡିଓରେ ଦେଖାଯାଇଛି ଯେ ଜଣେ ଅନ୍ୟଜଣଙ୍କ କେଶ ଟାଣି ତଳକୁ ଠେଲିଦେଇଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ପୂର୍ବରୁ କିଛି କର୍ମଚାରୀ ହସ୍ତକ୍ଷେପ କରି ଦୁଇଜଣଙ୍କୁ ଅଲଗା କରିଥିଲେ।
ଘଟଣାଟି ସ୍କୁଲରେ ଶାସନ, ନିୟନ୍ତ୍ରଣ ଓ ଆଚରଣରେ ଗୁରୁତର ତ୍ରୁଟିକୁ ପ୍ରକାଶ କରିଛି ।

ଗୋରଖପୁରରେ ସ୍କୁଲ ଖାଦ୍ୟ ବିବାଦ ଆହୁରି ଜଟିଳ ହୋଇଛି। ପ୍ରଧାନଶିକ୍ଷକଙ୍କୁ କେବଳ ଖାଦ୍ୟର ଗୁଣବତ୍ତା ପାଇଁ ନୁହେଁ, କର୍ମଚାରୀମାନଙ୍କୁ ପ୍ରଭାବିତ କରିବା ଓ ଧର୍ମାନ୍ତରୀକରଣ ଚେଷ୍ଟା କରୁଥିବା ଅଭିଯୋଗ ମଧ୍ୟ ଆଣାଯାଇଛି। ସହକର୍ମୀମାନେ ପ୍ରତିକ୍ରିୟା ଦେଇ ପ୍ରଧାନଶିକ୍ଷକଙ୍କୁ ସ୍ୱେଚ୍ଛାଚାରୀ ବୋଲି କହିଛନ୍ତି।
ଭିଡିଓ ଭାଇରାଲ୍ ହେବା ପରେ ମୌଳିକ ଶିକ୍ଷା ଅଧିକାରୀ (BEO) ଏହି ଘଟଣାକୁ ଗୁରୁତର ବୋଲି ମନେ କରି, ସମ୍ପୂର୍ଣ୍ଣ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ସମସ୍ତଙ୍କୁ ବୟାନ ଦେବାକୁ କୁହାଯାଇଛି ଏବଂ ତଦନ୍ତର ଫଳାଫଳ ଅନୁଯାୟୀ ପ୍ରୟୋଜନୀୟ ପଦକ୍ଷେପ ନିଆଯିବ। କର୍ତ୍ତୃପକ୍ଷ ସ୍କୁଲରେ ଶୃଙ୍ଖଳା ଓ ଦାୟିତ୍ୱ ପୁନଃସ୍ଥାପନରେ ଗୁରୁତ୍ୱ ଦେଉଛନ୍ତି।


Share It

Comments are closed.