୫ ଦିନରେ ୩,୫୦୦ ଟଙ୍କା ଶସ୍ତା ହେଲା ସୁନା
ଗ୍ଲୋବାଲ ମାର୍କେଟରେ ସୁନା ଦାମ ଖସିବା ଯୋଗୁଁ ମଙ୍ଗଳବାର ଭାରତୀୟ ବଜାରରେ ମଧ୍ୟ ସୁନା-ରୂପା ଦାମ୍ ଖସିଛି । ମଲ୍ଟିକମୋଡିଟି ଏକ୍ସଚେଞ୍ଜ(MCX)ରେ ଆଜି ସୁନା ଦାମରେ ୩୨୫ ଟଙ୍କା ହ୍ରାସ ପାଇଛି । ଗତ ୫ ଦିନରେ ସୁନା ଦାମରେ ୩୫୦୦ ଟଙ୍କା ହ୍ରାସ ନଜର ଆସିଛି ।
ଏମସିଏକ୍ସରେ ସକାଳ ୯.୧୦ ମିନିଟରେ ୧୦ ଗ୍ରାମ ସୁନାର ବାଏଦା ରେଟ୍ ୩୨୫ ଟଙ୍କା ହ୍ରାସ ପାଇ ୫୧୯୯୯ ଟଙ୍କାରେ ପହଞ୍ଚି ଯାଇଥିଲା । ଗତ କିଛି ଦିନରେ ସୁନା ଦାମରେ ଲଗାତର ହ୍ରାସ ଦେଖିବାକୁ ମିଳୁଛି । ଏମସିଏକ୍ସରେ ରୂପା ଦାମ୍ ମଧ୍ୟ ୫୬୧ ଟଙ୍କା ହ୍ରାସ ପାଇଛି ଏବଂ ସକାଳେ ରୂପା ୬୮,୨୮୩ ଟଙ୍କା ପ୍ରତି କିଲୋଗ୍ରାମରେ ବିକ୍ରି ହେଉଥିଲା । ଗତ ସପ୍ତାହ ଏମସିଏକ୍ସରେ ସୁନା ଦାମ ୫୫,୬୦୦ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚି ଯାଇଥିଲା । ଏହିଭଳି ପ୍ରାୟ ୫ ଦିନରେ ସୁନା ଦାମ୍ ୩୫୦୦ ଟଙ୍କା କମିଛି ।
ଗ୍ଲୋବାଲ୍ ମାର୍କେଟରେ ମଙ୍ଗଳବାର ସକାଳେ ସୁନା ଏବଂ ରୂପାର ହାଜିରା ଦାମରେ ହ୍ରାସ ଦେଖିବାକୁ ମିଳିଛି । ରୂପା ପ୍ରାୟ ୦.୭ ଡଲାର ହ୍ରାସ ପାଇ ୨୫.୧୧ ଡଲାର ପ୍ରତି ଆଉନ୍ସ ଦାମକୁ ଆସିଯାଇଛି । ଏହିଭଳି ସୁନାର ହାଜିରା ଦାମ ମଧ୍ୟ ୧୯୫୧.୦୯ ଡଲାର ପ୍ରତି ଆଉନ୍ସରେ ପହଞ୍ଚି ଯାଇଛି । ଗତ ସପ୍ତାହରେ ଗ୍ଲୋବାଲ୍ ମାର୍କେଟରେ ସୁନା ରେଟ୍ ୨,୦୭୦ ଡଲାର ପ୍ରତି ଆଉନ୍ସକୁ ମଧ୍ୟ ପାର୍ କରିଯାଇଥିଲା ।
Comments are closed.