ପୁଣି ଆକାଶ ଛୁଆଁ ହେଲା ସୁନା ଦର

Share It

ବାରମ୍ବାର ସୁନା ଓ ରୂପା ଦରରେ ପରିବର୍ତ୍ତନ ହେଉଥିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ମଧ୍ୟବିତ୍ତ ପରିବାରର ଲୋକମାନେ ଝିଅ ଓ ପୁଅ ବାହାଘରରେ ସୁନା କିଣିବାକୁ ଡରିଲେଣି।ଯଦି ଆଜି ଆପଣ ସୁନା କିମ୍ବା ରୂପା କିଣିବାକୁ ଯୋଜନା କରିଛନ୍ତି, ତେବେ ଆଜିର ଦର ଉପରେ ଟିକେ ନଜର ପକାନ୍ତୁ । କାରଣ ଆଜି ଉଭୟ ଦର ମହଙ୍ଗା ହୋଇଛି । ଆଜି ରାଜଧାନୀ ଭୁବନେଶ୍ଵରରେ ୨୪କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୨୫୧୦ ଟଙ୍କା ବୃଦ୍ଧି ଘଟି ୧ ଲକ୍ଷ ୬୩ ହଜାର ୬୪୦ ଟଙ୍କା ହୋଇଛି। ଗତକାଲି ଦର ୧ ଲକ୍ଷ ୬୧ ହଜାର ୧୩୦ ଟଙ୍କା ଥିଲା। ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି ୨୩୦୦ ଟଙ୍କା ବୃଦ୍ଧି ଘଟି ୧ ଲକ୍ଷ ୫୦ ହଜାର ଟଙ୍କା ହୋଇଛି। ଗତକାଲି ଦର ୧ ଲକ୍ଷ ୪୭ ହଜାର ୭୦୦ ଥିଲା।ଅନ୍ୟପଟେ ରୂପା ଦରରେ ଆଜି କୌଣସି ପରିବର୍ତ୍ତନ ହୋଇନି। ଆଜି ରୁପା ମୂଲ୍ୟ କିଲୋ ପ୍ରତି ୨ ଲକ୍ଷ ୯୦ ହଜାର ଟଙ୍କା ରହିଛି । ଗତକାଲି ମଧ୍ୟ ରୂପା କିଲୋ ପିଛା ୨ ଲକ୍ଷ ୯୦ ହଜାର ଟଙ୍କା ରହିଥିଲା । ।


Share It

Comments are closed.