ଯୁଦ୍ଧ ଓ ଉତ୍ତେଜନା ଯୋଗୁଁ ବଢିଲା ସୁନା ଏବଂ ରୁପା ଦର
ଭୁବନେଶ୍ଵର,୦୨/୦୩:ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଯୁଦ୍ଧ ଓ ଉତ୍ତେଜନା ଯୋଗୁଁ ଭାରତୀୟ ବଜାରରେ ସୁନା ଏବଂ ରୁପା ଦର ଆକାଶଛୁଆଁ ହୋଇଛି । ଆଜି ସକାଳେ ସୁନା ଦରରେ ଏକ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି ।
୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ପ୍ରାୟ ୧ ଲକ୍ଷ ୭୩ ହଜାର ୯୦ ଟଙ୍କାରେ ପହଞ୍ଚିଛି । ଶୁକ୍ରବାର ତୁଳନାରେ ଏହା ପ୍ରାୟ ୧୦,୬୦୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ଦର ବଢ଼ି ୧ ଲକ୍ଷ ୫୯ ହଜାର ଟଙ୍କାରେ ପହଞ୍ଚିଛି । ସେହିପରି ରୁପା ମଧ୍ୟ ସୁନାକୁ ତାଳ ଦେଇ ବଢିଛି । କିଲୋଗ୍ରାମ ପିଛା ପ୍ରାୟ ୨ ହଜାର ୯୪ ହଜାର ୯୦୦ ଟଙ୍କାରେ ପହଞ୍ଚିଛି। ଗୋଟିଏ ଦିନରେ ରୁପା ଦର ପ୍ରାୟ ୧୨,୭୬୦ ଟଙ୍କା ବଢ଼ିଛି। ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ନିବେଶକମାନେ ସୁନାକୁ ସବୁଠାରୁ ସୁରକ୍ଷିତ ମନେକରୁଛନ୍ତି। ସେହିପରି ଟଙ୍କାର ମୂଲ୍ୟ ହ୍ରାସ ଘଟିବାରୁ ସୁନା ଦର ବଢ଼ିଛି । ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ କମିଥିବାରୁ ଦେଶରେ ସୁନା ଦର ବୃଦ୍ଧି ପାଇଛି ।

Comments are closed.