OYO ରୁମ ଯାଉଛନ୍ତି କି? ସାବଧାନ!

Share It

ଭୁବନେଶ୍ୱର,୨୩/୦୩:ସେକ୍ସ ରାକେଟ ସନ୍ଦେହରେ ପୋଲିସ ସ୍କାନରରେ ଅଛି OYO ରୁମ।ଜୁଲାଇ ୨୦୨୪ ଠାରୁ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ଅଧୀନରେ ଅବୈଧ ସେକ୍ସ ରାକେଟ ସମ୍ୱନ୍ଧିତ କାର୍ଯ୍ୟକଳାପକୁ ରୋକିବା ପାଇଁ OYO ହୋଟେଲଗୁଡ଼ିକରେ ନିୟମିତ ପାଟ୍ରୋଲିଂ ଓ ଚଢାଉ କରାଯାଉଛି।ଅକ୍ଟୋବର ଓ ନଭେମ୍ବର ୨୦୨୫ ଠାରୁ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ, ବସ୍ତି, ଭଡ଼ାଘର ଓ ହୋଟେଲଗୁଡ଼ିକରେ ଚଢ଼ାଉ କରାଯାଇଛି।ସେକ୍ସ ରାକେଟ୍ ଚଳାଇଥିବା ମାଲିକ, ସଂପୃକ୍ତ ଦଲାଲ ଓ ଏଥିରେ ଲିପ୍ତ ଥିବା ବ୍ୟକ୍ତିବିଶେଷଙ୍କ ଗିରଫ କରାଯାଇଛି।ଭୁବନେଶ୍ୱର ଲକ୍ଷ୍ମୀସାଗରର ଏକ ଘରେ ରେଡ କରାଯାଇ ଜଣେ ଘର ମାଲିକଙ୍କୁ ଗିରଫ କରାଯାଇଥିଲା।ଏହି ସଂକ୍ରାନ୍ତରେ 3 ଦଲାଲ ଓ 4 ଜଣ ଗ୍ରାହକ ଗିରଫ ହୋଇଥିଲେ।ସେହିପରି କ୍ୟାପିଟାଲ ହସ୍ପିଟାଲ ପାଖ ଏକ ଭଡ଼ା ଘରୁ ରେଡ କରାଯାଇ 2 ଦଲାଲ ଓ 4 ଗ୍ରାହକଙ୍କୁ ଗିରଫ କରାଯାଇଥିବା ନେଇ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।


Share It

Comments are closed.