ଗୋଦରେଜ ପକ୍ଷରୁ କ୍ଷୁଦ୍ର ବ୍ୟକ୍ତିଗତ ରୁମ କୁଲର ‘ଏଜ ମିନିକୁଲ’ ଉନ୍ମୋଚିତ

Share It

  • ଆସନ୍ତା ବର୍ଷ ଏୟାର କୁଲର ବର୍ଗରେ ୫୦ ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଘରେ ବିବିଧ ଶୀତଳତା ସମାଧାନ ପ।।ଇଁ ଜରୁରୀକାଳୀନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗୋଦରେଜ ଏଂଟରପ୍ରାଇଜେସ ଗ୍ରୁପର ଅଂଶ ଗୋଦରେଜ ଆଣ୍ଡ ବଏସର ଆପ୍ଲାଏନସେସ ବ୍ୟବସାୟ ପକ୍ଷରୁ ଏୟାର କୁଲର ବର୍ଗରେ ଏହାର ସଦ୍ୟତମ ଉତ୍ପାଦ ଏକ କ୍ଷୁଦ୍ର ବ୍ୟକ୍ତିଗତ କୁଲର ‘ଏଜ ମିନିକୁଲ’କୁ ଉନ୍ମୋଚନ କରାଯାଇଛି। ଛୋଟ, ଆକର୍ଷଣୀୟ ଦେଖାଯାଉଥିବା ଏବଂ ପ୍ରଭାବଶାଳୀ ଶୀତଳତା ସମାଧାନ ପ୍ରଦାନ କରୁଥିବା ଉତ୍ପାଦର ଚାହିଦାକୁ ଦୃଷ୍ଟିରେ ରଖି ଏହି ଉତ୍ପାଦ ବିକାଶ କରାଯାଇଛି।
ଗୋଦରେଜର ଏଜ ମିନିକୁଲ ହେଉଛି ଏକ ପତଳା, ଛୋଟ ଓ ସୁବିଧାଜନକ ବ୍ୟକ୍ତିଗତ ଏୟାର କୁଲର ଯାହାକୁ ଘରର ସବୁ ସ୍ଥାନକୁ ନେଇ ଶୀତଳତା ହାସଲ କରିହେବ। ଏଥିରେ ୩୭ ଲିଟରର ପାଣ ଟାଙ୍କି ସହିତ ଜଳ ସ୍ତର ସୂଚକ ଏବଂ ଏକ ବିଲଟ୍ ଇନ ଆଇସ ଚ୍ୟାମ୍ବର ରହିଛି ଯାହା ଅତ୍ୟଧିକ ଗରମ ଦିନରେ ଅତିରିକ୍ତ ଶୀତଳତା ପ୍ରଦାନ କରିବ। ଏହାର ୫ ବ୍ଲେଡ ବିଶିଷ୍ଟ ଏରୋଡାଇନାମିକ ୧୨ ଇଂଚର ଫ୍ୟାନ ଶକ୍ତିଶାଳୀ ଭାବେ ପବନ ପ୍ରବାହକୁ ନିଶ୍ଚିତ କରିବା ସହ ଉତ୍କୃଷ୍ଟ ଶୀତଳତା ପାଇଁ ତିନି ପାର୍ଶ୍ୱକୁ ପବନ ପ୍ରବାହିତ କରିବ। ଅଧିକ ସୁବିଧା ଓ ସ୍ୱଚ୍ଛତା ପାଇଁ ଏଥିରେ କୋଲାସ୍ପିବଲ ଲୋଭ୍ରେସ ଓ ଜୀବାଣୁନାଶକ ତଥା ଗନ୍ଧମୁକ୍ତ ହନିକମ୍ବ କୁଲିଂ ପ୍ୟାଡ ରହିଛି ଯହା ସ୍ୱଚ୍ଛ, ସୁସ୍ଥକର ଓ ସତେଜ ପବନ ପ୍ରଦାନ କରିବ। ଦୀର୍ଘସ୍ଥାୟୀତ୍ୱକୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ଓଭରହିଟ୍‌ରୁ ସୁରକ୍ଷା ଏବଂ ସହଜରେ ନେବାଆଣିବା କରିବା ଲାଗି କାଷ୍ଟର୍ ଚକ ସହିତ ବ୍ରେକ୍ ରହିଛି।
ଏହାର ଉନ୍ମୋଚନ ଅବସରରେ ଗୋଦରେଜ୍ ଏଂଟରପ୍ରାଇଜେସ୍ ଗ୍ରୁପ ବ୍ୟବସାୟ ମୁଖ୍ୟ ଓ ଇଭିପି-ଆପ୍ଲାଏନସେସ ବ୍ୟବସାୟ ଶ୍ରୀ କମଳ ନନ୍ଦୀ କହିଛନ୍ତି ଯେ, ‘ଗ୍ରୀଷ୍ମ ପ୍ରବାହ ଜଟିଳ ହେବାରୁ ଗ୍ରାହକଙ୍କ ଘରେ ବିବିଧ, ପ୍ରଭାବଶାଳୀ ଓ ସୁଲଭ ଶୀତଳତା ସମାଧାନର ଜରୁରୀକାଳୀନ ଆବଶ୍ୟକତା ଦେଖାଦେଇଛି। ଏଜ ମିନିକୁଲର ଉନ୍ମୋଚନ ସହିତ ଆମେ ଆମର ଶୀତଳତା ପୋର୍ଟଫୋଲିଓର ସମ୍ପ୍ରସାରଣ କରୁଛୁ ଯାହା ଆଜିର ସ୍ଥାନକୁ ନେଇ ସଚେତନ ଗ୍ରାହକଙ୍କୁ ପୋର୍ଟେବଲ ଓ ବିବିଧ ଶୀତଳତା ସମାଧାନ ପ୍ରଦାନ କରିବ। ୧୦୦ ଲିଟର ପର୍ଯ୍ୟନ୍ତର ଏକ ଦୃଢ଼ ଏୟାର କୁଲର ପୋର୍ଟଫୋଲିଓକୁ ନେଇ ଆମେ ୨୦୨୪-୨୫ ଆର୍ôଥକ ବର୍ଷରେ ୨ ଗୁଣା ଅଭିବୃଦ୍ଧି ହାସଲ କରିଛୁ ଏବଂ ଆସନ୍ତା ବର୍ଷ ଏୟାର କୁଲର ବର୍ଗରେ ୫୦ ପ୍ରତିଶତ ଅଭିବୃଦ୍ଧି ଆଶା କରୁଛୁ।’’
ଏହି ମେଡ ଇନ ଇଣ୍ଡିଆ ଗୋଦରେଜ ଏଜ ମିନିକୁଲ ଆକର୍ଷଣୀୟ ୱାଇନ ରେଡ ଓ ଡାର୍କ ଗ୍ରେ ରଙ୍ଗରେ ସାରା ଭାରତରେ ଥିବା ଷ୍ଟୋରରେ ୧୦,୪୯୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ହୋଇଛି। ଏହା ସହିତ ୧ ବର୍ଷର ବ୍ୟାପକ ୱାରେଂଟି ରହିଛି ଏବଂ ସହଜ ଇଏମଆଇ ଓ ଶୂନ ଡାଉନ ପେମେଂଟ ଜରିଆରେ ଏହାକୁ କିଣାଯାଇପାରିବ।


Share It

Comments are closed.