ଭାରତ ଛାଡିବା ସମୟରେ ସିଆରପିଏଫ ଯବାନଙ୍କ ପାକିସ୍ତାନୀ ପତ୍ନୀ କ’ଣ କହିଲେ, ଦେଖନ୍ତୁ ଭିଡିଓ
୨୨ ଏପ୍ରେଲ ୨୦୨୫ରେ ଜମ୍ମୁ କଶ୍ମୀର ପେହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ, ପାକିସ୍ତାନ ନାଗରିକଙ୍କ ସମସ୍ତ ଭିସା ସେବା ନିଲମ୍ବିତ କରିଦେଇଛି । ଏହି ଦୃଢ ନିଷ୍ପତିକୁ ନେଇ ସିଆରପିଏଫ ଯବାନ ମୁନୀର ଖାନଙ୍କ ପାକିସ୍ତାନୀ ପତ୍ନୀ ମୀନଲ ଖାନଙ୍କୁ ମଧ୍ୟ ପାକିସ୍ତାନ ପଠାଇ ଦିଆଯାଇଛି । ମୀନଲଙ୍କୁ ଜମ୍ମୁରୁ ୱାଘା ବୋର୍ଡରକୁ ପଠାଇ ଦିଆଗଲାଣି ।
ମିଳିଥିବା ସୂଚନା ମୁତାବକ ସିଆରପିଏଫ ଯବାନ ମୁନୀର ଖାନ ଏବଂ ପାକିସ୍ତାନୀ ମୀନଲ ଖାନ ସୋସିଆଲ ମିଡିଆ ଜରିଆରେ ପରସ୍ପରର ବନ୍ଧୁ ହେଲେ । ତାଙ୍କ ବନ୍ଧୁତ୍ୱ ପ୍ରେମରେ ପରିବର୍ତ୍ତନ ହେଲା ଏବଂ ସେ ୨୦୨୪ରେ ଅନଲାଇନରେ ପରସ୍ପରକୁ ବିବାହ କରିଥିଲେ ବିବାହ ପରେ ପରସ୍ପର ଭାରତରେ ରହୁଥିଲେ ।
ପେହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାରଙ୍କ ନୂଆ ନିର୍ଦ୍ଦେଶନାମାକୁ ନେଇ ମୀନଲ ନିଜ ସ୍ୱାମ୍ବୀଙ୍କ ଠାରୁ ଆଲଗା ହୋଇ ପାକିସ୍ତାନ ଫେରି ଯାଉଛନ୍ତି । ଭାରତରୁ ଫେରିଯାଉଥିବା ବେଳେ ମୀନଲ ମିଡିଆକୁ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ମୁଁ ଭାରତ ସରକାରଙ୍କୁ ନିବେଦନ କରୁଛି କି ବିବାହ କରି ପାକିସ୍ତାନରୁ ଭାରତ ଆସିଥିବା ମହିଳା ଓ ପିଲା ମାନଙ୍କୁ ତାଙ୍କ ପରିବାର ଠାରୁ ଅଲଗା କରନ୍ତୁ ନାହିଁ । ଦୋଷୀଙ୍କୁ କଠୋର ଦଣ୍ଡ ଆବଶ୍ୟକ । କିନ୍ତୁ ପାରିବାରିକ ଜୀବନକୁ ରାଜନୀତି ସହ ଯୋଡା ନଯାଉ । ” ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Comments are closed.