‘ଗଡ୍ ଫାଦର୍‌’ର ଦମଦାର୍ ଟିଜର୍ ରିଲିଜ୍, ଏକାଠି ନଜର ଆସିଲେ ସଲମାନ-ଚିରଞ୍ଜୀବୀ


ମେଗା ଷ୍ଟାର ଚିରଞ୍ଜୀବୀ ଆଜି ତାଙ୍କର ୬୭ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରେ ନିର୍ମାତା ତାଙ୍କର ଆଗାମୀ ଫିଲ୍ମ ‘ଗଡ୍ ଫାଦର୍’ର ଟିଜର ରିଲିଜ୍ କରିଛନ୍ତି। ଏହା ଏକ ରାଜନୈତିକ ଥ୍ରୀଲର ଫିଲ୍ମ। ଟ୍ରେଲର ଲଞ୍ଚ ପୂର୍ବରୁ ସମସ୍ତ ଚରିତ୍ରକୁ ଟିଜରରେ ପରିଚିତ କରାଯାଇଛି। ‘ଗଡ୍ ଫାଦର୍’ର ଟିଜର ଦମ୍‌ଦାର୍ ହୋଇଛି। ଚିରଞ୍ଜୀବୀଙ୍କ ବ୍ୟତୀତ ଏଥିରେ ସଲମାନ ଖାନ ଏବଂ ନୟନ୍ତରା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

ତେଲୁଗୁ ବ୍ୟତୀତ ହିନ୍ଦୀ ଡବରେ ମଧ୍ୟ ଟିଜର ରିଲିଜ ହୋଇଛି। ପ୍ରାୟ ଦେଢ ମିନିଟର ଟିଜରର ଆରମ୍ଭ ବ୍ୟାକଗ୍ରାଉଣ୍ଡର୍‌ରୁ ହୋଇଛି, କିପରି ୨୦ ବର୍ଷ ଧରି ଗଡଫାଦରଙ୍କ ସ୍ଥିତି ଜଣା ନାହିଁ, କିନ୍ତୁ ସେ ୬ ବର୍ଷ ପୂର୍ବେ ସିନ୍‌କୁ ଫେରି ଆସିଛନ୍ତି ଏବଂ ତାଙ୍କୁ ଦେଖି ସାଧାରଣ ଲୋକମାନେ ଅଧିକ ଖୁସି ହେଉନାହାଁନ୍ତି। ଚିରଞ୍ଜୀବୀଙ୍କ ଚେହେରା ଆକ୍ସନ୍ ସିନ୍ ସହିତ ରିଭିଲ୍ ହୋଇଛି। ରାଜନେତାମାନେ ତାଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ଏବଂ ପୋଲିସ ତାଙ୍କୁ ଧରିବାକୁ ଚାହୁଁଛି କିନ୍ତୁ ସେ ସମସ୍ତଙ୍କ ଠାରୁ ବହୁତ ଦୂରରେ, କାରଣ ତାଙ୍କୁ ଦୁନିଆର ସବୁଠାରୁ ବଡ ଡନ୍ ସଲମାନ ଖାନଙ୍କ ସପୋର୍ଟ ମିଳିଛି।

ସଲମାନ ଖାନ ଏକ ବାଇକରେ ଆକ୍ସନ୍ ଅବତାରରେ ଏଣ୍ଟ୍ରି କରିଛନ୍ତି। ସେ କହିଛନ୍ତି, ଲାଗୁଛି ବଡ ଯୋଜନା ଚାଲିଛି … ତୁମ ସାନ ଭାଇକୁ ଭୁଲିବ ନାହିଁ … ଯଦି କହିବ, ମୁଁ ଆସିଯିବି। ଚିରଞ୍ଜୀବୀ ଏବଂ ସଲମାନ କାରରେ ଏକାଠି ବସିଥିବା ବେଳେ ଟିଜରରେ ଏକ ସିନ୍ ଦେଖିବାକୁ ମିଳିଛି। ଗଡଫାଦର ହେଉଛି ମାଲାୟାଲମ୍ ଫିଲ୍ମ ଲୁସିଫର୍ ର ରିମେକ୍। ପ୍ରଥମ ଥର ପାଇଁ ସଲମାନଙ୍କୁ ତେଲୁଗୁ ଫିଲ୍ମରେ ଦେଖିବାକୁ ମିଳିବ। ଗଡଫାଦର ଚଳିତ ବର୍ଷ ଦଶହରାରେ ରିଲିଜ୍ ହେବ।


Share It

Comments are closed.