ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦, ୯୨,୯୧୯କୁ ଛୁଇଁଲା

Share It

ସାରା ବିଶ୍ବ ଏବେ କରୋନା କାୟାରେ କବଳିତ। ଦିନକୁ ଦିନ କରୋନାର କାୟା ଅଧିକ ବ୍ୟାପୀବାରେ ଲାଗିଛି। ବିଶ୍ବର ୨୧୩ଟି ଦେଶରେ ଏବେ କରୋନାର ପ୍ରଭାବ ଦେଖିବାକୁ ମିଳିଛି। ସୋମବାର ମଧ୍ୟାହ୍ନ ସୁଦ୍ଧା ବିଶ୍ୱରେ ୭୦,୯୨,୯୧୯ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୪,୦୬,୨୦୭ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ୩୪,୬୨,୧୮୫ ଜଣ ଆରୋଗ୍ୟ ଲାଭ କରିଛନ୍ତି।

କରୋନା ସଂକ୍ରମଣରେ ଆମେରିକା ଅଧିକ ପ୍ରଭାବିତ ହୋଇଛି। ଆମେରିକାରେ ୨୦,୦୭,୪୪୯ ଜଣ କରୋନାରେ ଆକ୍ରାନ୍ତ ଥିବାବେଳେ ୧,୧୨,୪୬୯ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକା ପଛକୁ ବ୍ରାଜିଲ ଅଧିକ ପ୍ରଭାବିତ ହୋଇଛି। ବ୍ରାଜିଲରେ ୬,୯୧,୯୬୨ ଜଣ କରୋନା ଆକ୍ରାନ୍ତ ଥିବାବେଳେ ୩୭,୩୧୨ ଜଣଙ୍କର ମୃତ୍ୟ ଘଟିଛି। ସେହିପରି ଋଷ ତୃତୀୟ ସ୍ଥାନରେ ରହିଛି। ​ଋଷରେ ୪,୬୭,୬୭୩ କରୋନା ଆକ୍ରାନ୍ତ ଥିବାବେଳେ ୫,୮୫୯ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ସ୍ପେନରେ ୨,୮୮,୬୩୦ ଜଣ କରୋନା ଆକ୍ରାନ୍ତ ଥିବା ବେଳେ ୨୭,୧୩୬ ଜଣଙ୍କର ମୃତ୍ୟୁ ଘଟିଛି। ବ୍ରିଟେନରେ ୨,୮୬,୧୯୪ ଜଣ କରୋନା ଆକ୍ରାନ୍ତ ଥିବାବେଳେ ମୃତ୍ୟୁ ସଂଖ୍ୟା ୪୦,୫୪୨ ରହିଛି।  ଭାରତ ଏହି ତାଲିକାର ଷଷ୍ଠ ସ୍ଥାନରେ ରହିଛି।


Share It

Comments are closed.