ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ,୦୯/୦୩:ସୋମବାର ଚୈତ୍ର କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ । ଏହି ସ୍ୱତନ୍ତ୍ର ନୀତି ସମୟରେ ଶ୍ରଦ୍ଧାଳୁମାନେ ଠାକୁରଙ୍କ ଦର୍ଶନ ପାଇବେ ନାହିଁ ।ଶ୍ରୀମନ୍ଦିର ପ୍ରଶାସନ ସୂଚନା ଅନୁସାରେ ପ୍ରାୟତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ସମୟରେ ଠାକୁରଙ୍କ ଖସାପଡ଼ା ଲାଗି ନୀତି ହେବ । ଏଣୁ ଉକ୍ତ ସମୟରେ ଭକ୍ତମାନେ ଠାକୁରଙ୍କ ଦର୍ଶନ ପାଇବେ ନାହିଁ । ମହାପ୍ରଭୁଙ୍କ ଏହା ଗୁପ୍ତ ନୀତି । ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେବକଙ୍କ ଦ୍ୱାରା ଏହି ନୀତି କରାଯାଉଥିବା କୁହନ୍ତି । ଦ୍ୱିତୀୟ ଭୋଗ ମଣ୍ଡପ ନୀତି ସରିଲେ ଖସାପଡ଼ା ଲାଗି ନୀତି କରାଯିବ । ଏସବୁ କେବଳ ସଭିଙ୍କ ସୂଚନା ପାଇଁ । ସୋମବାର ମହାପ୍ରଭୁଙ୍କ ନୀତି ଉପରେ ହିଁ ଦର୍ଶନ କଟକଣାର ପ୍ରକୃତ ସମୟ ନିର୍ଭର ହେବ।
Comments are closed.