ମା’ ହେଲେ ଲୋକପ୍ରିୟ ଟିଭି ଅଭିନେତ୍ରୀ ଗୌହର ଖାନ

Share It

ଟିଭି ର ଲୋକପ୍ରିୟ ଅଭିନେତ୍ରୀ ଏବଂ ବିଗ ବସ ବିଜେତା ଗୌହର ଖାନ ଙ୍କ ଘରକୁ ଜଣେ କୁନି ଅତିଥି ଆସିଛନ୍ତି । ଆଜ୍ଞା ହଁ , ଗୌହର ଏବଂ ତଙ୍କା ସ୍ୱାମୀ, କୋରିଓଗ୍ରାଫର ଓ ସୋସିଆଲ ମିଡିଆ ବ୍ୟକ୍ତିତ୍ୱ ଜୈଦ ଦରବାର ଦ୍ୱିତୀୟ ଥର ପାଇଁ ମାତା-ପିତା ହୋଇଛନ୍ତି । ଏହି ସୁନ୍ଦର ଯୋଡି ନିଜେ ସୋସିଆଲ ମିଡିଆରେ ଏ ସଂପର୍କର ସୂଚନା ଦେଇଛନ୍ତି ।
୨୦୨୦ରେ ଗୌହର ଏବଂ ଜୈଦ ପରସ୍ପରକୁ ବିବାହ କରିଥିଲେ । ବିବାହର ତିନି ବର୍ଷ ପରେ ଅର୍ଥାତ ୨୦୨୩ରେ ତାଙ୍କର ପ୍ରଥମ ପୁତ୍ର ସନ୍ତାନ ହୋଇଥିବାବେଳେ ଏବେ ତାଙ୍କର ଦ୍ୱିତୀୟ ପୁତ୍ର ସନ୍ତାନ ହୋଇଛି । ଗୌହର ଏବଂ ଜୈଦ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ତାଙ୍କର ଦ୍ୱିତୀୟ ସନ୍ତାନର ଜନ୍ମ ୧ ସେପ୍ଟେମ୍ବରରେ ହୋଇଛି ।


Share It

Comments are closed.