ନନ୍ଦିଗାଁରେ ଜୁଆ ଆଡ୍ଡା, ପୋଲିସ ନୀରବ
ପାତ୍ରପୁର, ୧୦/୦୩: ପାତ୍ରପୁର ବ୍ଳକ ଜରଡ଼ା ଥାନା ଅଧୀନରେ ନନ୍ଦିଗାଁ ଗ୍ରାମରେ ପ୍ରତ୍ୟେକ ଦିନ ଜୁଆ ଆଡ୍ଡା ଚାଲିଥିବା ବେଳେ ଜୁଆ ଆଡ୍ଡା ଚଢାଉ ତଥା ବନ୍ଦ କରିବା ପାଇଁ ସାଧାରଣରେ ଦାବୀ ହୋଇଆସୁଛି । କିନ୍ତୁ ପୋଲିସର ନିରବତା କୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସନ୍ଧ୍ୟା ହେଲେ ଗାଁ ନିକଟସ୍ଥ ନଦୀ ପଠା ରେ ଜୁଆଡିଙ୍କ ଭିଡ ଜମୁଥିବା ବେଳେ ରାତି ସାରା ଖେଳ ଚାଲୁଥିବା ସାଧାରଣରେ ଅଭିଯୋଗ ହୋଇଛି । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ବେଳେ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି ।
Comments are closed.