ଇଣ୍ଡସ୍ ଟାୱାର୍ସ ପକ୍ଷରୁ ଓଡ଼ିଶାରେ ‘ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ଭ୍ୟାନ୍’ର ଶୁଭାରମ୍ଭ
ନୂଆପଡ଼ା: ଗ୍ରାମୀଣ ଭାରତରେ ଡିଜିଟାଲ୍ ବିଭେଦ ଦୂର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିଶ୍ୱର ଏକ ବୃହତମ ଟେଲିକମ୍ ଭିତିଭୂମି କମ୍ପାନି ଇଣ୍ଡସ୍ ଟାୱାର୍ସ ପକ୍ଷରୁ ନିଟ ଫାଉଣ୍ଡେସନ୍ ସହ ମିଶି ଓଡ଼ିଶାର ନୁଆପଡ଼ାରେ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ଭ୍ୟାନ୍ (ଡିଭିଟି)ର ଶୁଭାରମ୍ଭ କରାଯାଇଛି । ଏହି ଉତ୍ସବରେ ନୁଆପଡ଼ା ଜିଲ୍ଲା ଖରିଆର ର ମାନ୍ୟବର ବିଧାୟକ ଶ୍ରୀ ଅଧିରାଜ ମୋହନ ପାଣିଗ୍ରାହୀ ଉପସ୍ଥିତ ରହି ଏହାକୁ ଉଦଘାଟନ କରିଥିଲେ ଯାହା ଏହି ଅଂଚଳରେ ଡିଜିଟାଲ୍ ସଶକ୍ତିକରଣର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ।
ସୌର ଶକ୍ତି ଚାଳିତ ୨୧ ଆସନ ବିଶିଷ୍ଟ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ଭ୍ୟାନରେ ହାଇ-ସ୍ପିଡ୍ ଇଂଟରନେଟ୍, ଆଧୁନିକ କମ୍ପ୍ୟୁଟର, ପ୍ରିଟିଂ ଏବଂ ଇ-ଲର୍ନିଂ ଟୁଲ୍ ରହିଛି । ଏହା ଅନଗ୍ରସର ଗୋଷ୍ଠୀକୁ ମାଗଣା ଡିଜିଟାଲ୍ ଶିକ୍ଷା ଏବଂ ସର୍ବଜନୀନ ସେବା ଯୋଗାଇବା ପାଇଁ ପ୍ରସ୍ତୁତ କରାଯାଇଛି । ଆଗାମୀ ମାସଗୁଡ଼ିକରେ ଡିଭିଟି ନୂଆପଡ଼ା ଏବଂ ପାଶ୍ୱବର୍ତୀ ଜିଲ୍ଲାଗୁଡ଼ିକରେ ବିଭିନ୍ନ ସ୍ଥାନରେ ଯାଇ ୧୨ରୁ ଅଧିକ ବୟସର ପିଲା, ଯୁବକ, ମହିଳା ଏବଂ ବୟସ୍କ ନାଗରିକଙ୍କୁ ତାଲିମ୍ ପ୍ରଦାନ କରିବ ।
ଏହି ଉଦ୍ୟମ ଇଣ୍ଡସ୍ ଟାୱାର୍ସର ପ୍ରମୁଖ ସିଏସଆର କାର୍ଯ୍ୟକ୍ରମ ‘ସକ୍ଷମ’ର ଏକ ଅଂଶ ଏବଂ ମୌଳିକ ଆଇଟି ଶିକ୍ଷା, ସାଇବର ସୁରକ୍ଷା, ଇଂଟରନେଟ୍ ଅଫ୍ ଥିଙ୍ଗସ୍ (ଆଇଓଟି) ଏବଂ ଆର୍ଥôକ ସାକ୍ଷରତାରେ ସାର୍ଟିଫାଏଡ ତାଲିମ ପ୍ରଦାନ କରିବା ଲକ୍ଷ୍ୟରେ ଗଠନ କରାଯାଇଛି ।
ଇଣ୍ଡସ୍ ଟାୱାର୍ସର ଡିଟିଭି ଏକ ମୋବାଇଲ୍ ହବ୍ ଭାବରେ ମଧ୍ୟ କାର୍ଯ୍ୟ କରୁଛି ଯାହା ଡିଜିଟାଲ୍ ସୁରକ୍ଷା, ପରିବେଶ ସଂରକ୍ଷଣ ଏବଂ ଆବର୍ଜନା ପରିଚାଳନା ଭଳି ଗୋଷ୍ଠୀ ସଚେତନତା ଅଧିବେଶନ ପାଇଁ ବ୍ୟବହୃତ ହେଉଛି । ସମସ୍ତ ଅଧିବେଶନ ନିଟ୍ ଫାଉଣ୍ଡେସନର ବିଶେଷଜ୍ଞ ତାଲିମ ଦ୍ୱାରା ପରିଚାଳିତ ଯାହା ପ୍ରଶିକ୍ଷାର୍ଥୀଙ୍କୁ ବ୍ୟକ୍ତିଗତ ସହାୟତା ନିଶ୍ଚିତ କରୁଛି ।
ଏହି ଶୁଭାରମ୍ଭ ଅବସରରେ ମାନ୍ୟବର ଅତିଥି ଅଧିରାଜ ମୋହନ ପାଣିଗ୍ରାହୀ କହିଛନ୍ତି ଯେ, “ନୁଆପଡ଼ା ପାଇଁ ଏହି ପରିବର୍ତନଶୀଳ ଯାତ୍ରାର ଏକ ଅଂଶ ହେବା ଏକ ଗର୍ବର ବିଷୟ । ଇଣ୍ଡସ୍ ଟାୱାର୍ସ ଏବଂ ନିଟ ଫାଉଣ୍ଡେସନକୁ ଆମ ଘର ପାଖରେ ଏଭଳି ଏକ ଶକ୍ତିଶାଳୀ ଉଦ୍ୟମ ଆଣିବା ପାଇଁ ଧନ୍ୟବାଦ । ଏହି ଭ୍ୟାନ୍ କେବଳ ଶିକ୍ଷା ଦେବ ନାହିଁ ବରଂ ଆମର ଲୋକଙ୍କୁ ବିଶେଷକରି ଯୁବକ ଏବଂ ମହିଳାଙ୍କୁ ଏକ ଡିଜିଟାଲ୍ ଦୁନିଆରେ ଉନ୍ନତି କରିବା ପାଇଁ ସଶକ୍ତ କରିବ ।”
ଇଣ୍ଡସ୍ ଟାୱାର୍ସ ଲିମିଟେଡର ପଶ୍ଚିମବଙ୍ଗ ଏବଂ ଓଡ଼ିଶା ସର୍କଲ୍ ସିଇଓ , ଶ୍ରୀମତୀ ଅମୃତା ସିଂହ କହିଛନ୍ତି ଯେ, “ଇଣ୍ଡସ୍ ଟାୱାର୍ସରେ ଆମେ ଜୀବନକୁ ଉନ୍ନତ କରିବାରେ ପ୍ରଯୁକ୍ତିର ଶକ୍ତିରେ ବିଶ୍ୱାସ କରୁଛୁ । ଓଡ଼ିଶାରେ ଡିଟିଭିର ଶୁଭାରମ୍ଭ ସହିତ ଆମେ କେବଳ ଶିକ୍ଷା ପ୍ରଦାନ କରୁନାହୁଁ, ଆମେ ଆଶା, ସୁଯୋଗ ଏବଂ ସଶକ୍ତିକରଣ ପ୍ରଦାନ କରୁଛୁ । ଏହି ଉଦ୍ୟମ ଏକ ଡିଜିଟାଲ୍ ଅନ୍ତର୍ଭୁକ୍ତ ଭାରତ ଆଡ଼କୁ ଏକ ପଦକ୍ଷେପ ।”
ନିଟ ଫାଉଣ୍ଡେସନର କାଉଟିଂ ଡାଇରେକ୍ଟର ଶ୍ରୀମତୀ ଚାରୁ କାପୁର କହିଛନ୍ତି ଯେ, “ଇଣ୍ଡସ୍ ଟାୱାର୍ସ ସହିତ ଆମର ଭାଗୀଦାରୀ ଭାରତ ବ୍ୟାପୀ ହଜାର ହଜାର ଲୋକଙ୍କ ପାଖରେ ପହଂଚିବା ସକ୍ଷମ କରିଛି । ଓଡ଼ିଶାରେ ଏହି ଶୁଭାରମ୍ଭ ସହିତ ଆମେ ଅଧିକ ଲୋକଙ୍କୁ ଡିଜିଟାଲ୍, ଆର୍ଥôକ ଏବଂ ଜୀବନ ଦକ୍ଷତା ତାଲିମ ପ୍ରଦାନ କରିବା ପାଇଁ ଉତ୍ସାହିତ ଯାହା ସେମାନଙ୍କୁ ସଶକ୍ତ ଜୀବନ ଯାପନ କରିବାରେ ସାହାଯ୍ୟ କରିବ ।”
୨୦୧୮ରେ ଏହାର ଆରମ୍ଭ ହେବା ପରଠାରୁ ଡିଟିଭି ଉଦ୍ୟମ ଦିଲ୍ଲୀ, ଉତରାଖଣ୍ଡ, ମଧ୍ୟପ୍ରଦେଶ, ଲାତୁର, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ରେ ସଫଳତାର ସହିତ ଗୋଷ୍ଠୀଗୁଡ଼ିକ ପାଖରେ ପହଂଚିଛି ଏବଂ ବର୍ତମାନ ଗର୍ବର ସହିତ ଓଡ଼ିଶାକୁ ବିସ୍ତାର କରିଛି I
Comments are closed.