ଯୁଦ୍ଧ ବିରତି ଘୋଷଣା ପରେ ମଧ୍ୟ ସୁଭୁଛି ବିସ୍ପୋରଣ ଶଦ୍ଦ, ପାକିସ୍ତାନ ପଟୁ ଡ୍ରୋନ ଆକ୍ରମଣ
ଶ୍ରୀନଗର : ସାଇରେନ ବାଜୁଛି ଏବଂ ବିସ୍ପୋରଣ ମଧ୍ୟ ଶୁଭୁଛି, କାଶ୍ମୀର କୁ ଲାଗିକି ଥିବା ସୀମାରେ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଭାରତ ଓ ପାକିସ୍ଥାନକୁ ଲାଗିଥିବା ସୀମାରେ । ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବିରତି ଘୋଷଣାକୁ କେବଳ କିଛି ଘଣ୍ଟା ବିତିଛି । ପାକିସ୍ତାନୀ ଡ୍ରୋନ ଦେଖିବାକୁ ମିଳିଛି ହରାମି ନଳା ଓ ଖାଭଡା କ୍ଷେତ୍ରରେ, ଗୁଜରାଟ୍ର କୁଚ୍ଚ ଅଂଚଳରେ ଦେଖା ଯାଇଛି। ଏହାସହ, ଶ୍ରୀନଗରରେ ବିସ୍ପୋରଣ ଶୁଣା ହେଉଛି।
ଅନ୍ୟ ପଟରେ, ପାକିସ୍ତାନ ସେନା ଅନ୍ତର୍ଜାତୀୟ ସୀମା ନିକଟରେ ଆଖ୍ନୂର, ରାଜୋରୀ, ଏବଂ ଆର୍ଏସ୍ ପୁରା ସେକ୍ଟରଗୁଡିକରେ ଗୁଳିଗୋଳା ମାଡ କରିଛି। ଏହାସହ, ଜମ୍ମୁର ପାଲନ୍ୱାଲା ସେକ୍ଟରରେ ସୀମାରେ ମଧ୍ଯ ଯୁଦ୍ଧ ବିରତି କରିଥିବା ସୂଚନା ମିଳିଛି।
https://x.com/OmarAbdullah/status/1921228736776527917?t=jV6m9daX_FHqF4S1l_PyUw&s=19
ଜମ୍ମୁ ଓ କାଶ୍ମୀରର ମୂଖ୍ୟ ମନ୍ତ୍ରୀ ଓମର ଅବଦୁଲା ସନିବାର ସନ୍ଧ୍ୟାରେ ସ୍ରୀନଗରରେ କରାଯାଇଥିବା ନୂତନ ଗୁଳି ବର୍ଷା ଓ ବିସ୍ପୋରଣ ଉପରେ ପ୍ରତିକ୍ରିୟା ଦେଇ, “ଏହା କଣ ସବୁ ଚାଲିଛି?” ବୋଲି ପଚାରିଛନ୍ତି।
Comments are closed.