ଡବ୍ଲୁଏଚଓ ଦାବୀକୁ ଖଣ୍ଡନ କଲେ ଫ୍ରାନ୍ସିସ ଡାକ୍ତର, କହିଲେ କରୋନା ବିରୋଧୀ ଲଢେଇରେ ହାଇଡ୍ରୋକ୍ଲୋରୋକୁଇନର ବ୍ୟବହରା ଅନେକ ପରିମାଣରେ ଉପଯୋଗୀ
ସାରା ଦେଶରେ କରୋନା ଭାଇରସ ସଂକ୍ରମିତଙ୍କୁ ଚିକିତ୍ସା କରିବା ଲାଗି ହାଇଡ୍ରୋକ୍ଲୋରୋକୁଇନ ଔଷଧର ପ୍ରୟୋଗକୁ ନେଇ ଅନେକ ବାଦ-ବିବାଦ ଲାଗି ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ-ଟ୍ରମ୍ପ କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ଏହି ଔଷଧର ପ୍ରୟୋଗ ଲାଗି ସମର୍ଥନ ଜଣାଇଛନ୍ତି । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସଂକ୍ରମିତଙ୍କ ଚିକିତ୍ସା ଲାଗି ବ୍ୟବହାର କରାଯାଉଥିବା ଏହି ଔଷଧ ହାଇଡ୍ରୋକ୍ଲୋରୋକୁଇନର ପ୍ରୟୋଗ ଉପରେ ଅସ୍ଥାୟୀ ଋପରେ ରୋକ ଲଗାଇ ଦେଇଛନ୍ତି ।
ସେପଟେ ଜଣେ ଫ୍ରାନ୍ସିସି ଡାକ୍ତର ସୋମବାର ଦିନ ଦୃଢତାର ସହ କହିଛନ୍ତି ଯେ, ଭାଇରସ ନିରୋଧୀ ଟୀକା ହାଇଡ୍ରୋକ୍ଲୋରୋକୁଇନ ଏବଂ କ୍ଲୋରୋକୁଇନ ରୋଗୀଙ୍କୁ କରୋନା ଭାଇରସ ବିରୋଧୀ ଲଢେଇ କରିବାରେ ସାହାଯ୍ୟ କରିପାରେ । ସେ ସେହି ଅଧ୍ୟୟନକୁ ଖାରିଜ କରିଛନ୍ତି ଯେଉଁଥିରେ କୁହାଯାଇଛି କି ଏହି ଔଷଧର ପ୍ରୟୋଗ ଦ୍ୱାର କୌଣସି ଲାଭ ମିଳିନଥାଏ । ମାର୍ସଲରେ ରହୁଥିବା ଡାକ୍ତର ପ୍ରଫେସର ଡିଡିୟର ରାଓଲ୍ଟ, ଏହି ଭଳି ଘଟିସନ୍ଧି ମୂହୂର୍ତ୍ତରେ କରୋନା ବିରୋଧ ଲଢେଇରେ ଏକ ନୂଆ ପରିଚୟ ହାସଲ କରିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମ୍ୟାକରୋନଙ୍କ ସହ ସାକ୍ଷାତ ମଧ୍ୟ କରିଥିଲେ ।
ରାଓଲ୍ଟ ବାରମ୍ବାର ଏହି କଥାକୁ ଦାବୀ କରି ଆସୁଛନ୍ତି ଯେ, ଏ ଔଷଧ ଦ୍ୱାରା ସ୍ପଷ୍ଟ ଋପେ ଲାଭ ମିଳିଥାଏ । ଏହି ପ୍ରସଙ୍ଗକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ବାରମ୍ବାର ଏହାକୁ ସମର୍ଥନ କରି ଆସୁଛନ୍ତି । ଟ୍ରମ୍ଫ କହୁଛନ୍ତି ଯେ, କରୋନାରୁ ବଞ୍ଚିବା ପାଇଁ ସେଐତିହାସିକ ଭାବରେ ହାଇଡ୍ରୋକ୍ଲୋରୋକୁଇନର ସେବନ କରନ୍ତି ।
ଫ୍ରଫେସର ରାଓଲ୍ଟଙ୍କ ପ୍ରତିକ୍ରିୟା ସେହି ସମୟରେ ଆସିଲା ଯେଉଁ ସମୟରେ ଡବ୍ଲୁଏଚଓର ମହାନିର୍ଦ୍ଦେଶକ ଟେଡରୋସ ଆଡନୋମ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ହାଇଡ୍ରୋକ୍ଲୋରୋକୁଇନ ଉପରେ ଅସ୍ଥାୟୀ ଭାବରେ ରୋକ ଲଗାଯାଇଛି । ସେ କହିଥିଲେ ଯେ, ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତି ନିଆଯାଇଛି ।
ପ୍ରକାଶ ଥାଉକି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୋମବାର ଦିନ କରୋନା ଭାଇରସ ସଂକ୍ରମିତଙ୍କ ଚିକିତ୍ସାରେ ହାଇଡ୍ରୋକ୍ଲୋରୋକୁଇନର ପ୍ରୟୋଗ ଉପରେ ଅସ୍ଥାୟୀ ଋପରେ ରୋକ ଲଗାଇଦେଇଥିଲେ ।
Comments are closed.