କରୋନାରେ ଆକ୍ରାନ୍ତ ହେଲେ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡା ଓ ତାଙ୍କ ପତ୍ନୀ
କରୋନା କବଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସେଲୁଲାର ପାର୍ଟି ମୁଖ୍ୟ ଏଚ୍.ଡି ଦେବେଗୌଡା ଓ ତାଙ୍କ ପତ୍ନୀ । ପଜିଟିଭ ଚିହ୍ନଟ ପରେ ଉଭୟ ସଂଗରୋଧରେ ରହିଥିବା ନେଇ ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
୮୭ ବର୍ଷୀୟା ଦେବେଗୈାଡା ଟ୍ୱିଟ୍ କରି କହିଛନ୍ତି ମୁଁ ଏବଂ ମୋ ପତ୍ନୀଙ୍କଠାରେ କରୋନା ଲକ୍ଷଣ ଦେଖେଦେବାରୁ ଆମେ ପରୀକ୍ଷା କରାଇଥିଲୁ । ଏବେ ଆମ ପରିବାରର ଅନ୍ୟ ସଦସ୍ୟ କ୍ୱାରାଣ୍ଟାଇନରେ ଅଛନ୍ତି । ତେବେ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ କି ଯେଉଁମାନେ ଆମ ସହ ସଂପର୍କରେ ଆସିଛନ୍ତି ସେମାନେ ନିଜର ଟେଷ୍ଟ କରାଇନିଅନ୍ତୁ । ତେବେ ପାର୍ଟିର ସମସ୍ତ କର୍ମକର୍ତ୍ତାଙ୍କୁ ସେ ଅନୁରୋଧ କରିଛନ୍ତି ବିଚଳିତ ହେବାର କୌଣସି କାରଣ ନାହିଁ । ୧୯୯୬ ଜୁନ୍ ୧ରୁ ୧୯୯୭ ଏପ୍ରିଲ୍ ୧ ଯାଏଁ ସେ ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ ।
Comments are closed.