ଏମ୍ସରୁ ଡିସଚାର୍ଜ ହେଲେ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ
ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କୁ ଦିଲ୍ଲୀ ଏମ୍ସରୁ ମଙ୍ଗଳବାର ଦିନ ଡିସଚାର୍ଜ କରାଇ ଦିଆଯାଇଛି । ଏମ୍ସ ଅଧିକାରୀ ଏ ସଂପର୍କରେ ସୂଚନା ଦେଇଛନ୍ତି । ଶ୍ରୀ ମନମୋହନ ରବିବାର ରାତି ୮.୪୫ରେ ଏମ୍ସରେ ଭର୍ତ୍ତି ହୋଇଥିଲେ । ଏମ୍ସ ସୂତ୍ର ଅନୁଯାୟୀ, ନୂଆ ଔଷଧର ସାଇଡ ଇଫେକ୍ଟ ଯୋଗୁଁ ଶ୍ରୀ ମନମୋହନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା । ସେଥିପାଇଁ ମନମୋହନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କାରଣ ସେ ଯେପରି ଚିକିତ୍ସକଙ୍କ ତଦାରଖରେ ରହିପାରିବେ ।
କଂଗ୍ରେସ ବରିଷ୍ଠ ନେତା ଡାକ୍ଟର ନୀତିଶ ନାୟକଙ୍କ ତଦାରଖରେ ସେ ଥିଲେ । ତାଙ୍କୁ ପ୍ରଥମେ ଆଇସିୟୁରେ ରଖାଯାଇଥିଲା । ୨୦୦୯ରେ ଏହି ଦିଲ୍ଲୀ ଏମ୍ସରେ ହିଁ ତାଙ୍କର ସଫଳତା ପୂର୍ବକ ବାଇପାସ ସର୍ଜରୀ କରାଯାଇଥିଲା । ଯେଉଁଥିରେ ୧୪ ଘଣ୍ଟା ଲାଗିଥିଲା ।
Former Prime Minister Dr Manmohan Singh has been discharged from AIIMS, Delhi on medical advice: AIIMS official pic.twitter.com/hcJSbGDVrT
— ANI (@ANI) May 12, 2020
ଏମ୍ସ ସୂତ୍ର ଅନୁଯାୟୀ, ମନମୋହନଙ୍କ ଛାତିରେ ଯନ୍ତ୍ରଣା ଏବଂ ଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଉପୁଜିବା ହେତୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର କୋଭିଡ-୧୯ ଟେଷ୍ଟ ମଧ୍ୟ କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ସ୍ଥିର ପରେ ତାଙ୍କୁ ସୋମବାର ଏମ୍ସ ଆଇସିୟୁ ରୁ କାର୍ଡିୟୋ ନିୟୁରୋ ଟାୱାର ବ୍ୟକ୍ତିଗତ କେବିନକୁ ପଠାଯାଇଥିଲା । ତାଙ୍କର କରୋନା ଟେଷ୍ଟ ନେଗେଟିଭ ଆସିଥିଲା । ମନମୋହନ କଂଗ୍ରେସ ବରିଷ୍ଠ ନେତା ତଥା ରାଜସ୍ଥାନରୁ ବର୍ତ୍ତମାନ ରାଜ୍ୟସଭା ସାଂସଦ ଋପେ ମନୋନୀତ ହୋଇଛନ୍ତି । ସେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ ।
Comments are closed.