ବିବାହ ପରେ ପ୍ରଥମ ଥର ପାଇଁ ରେସପସନ ଭୋଜି ଦେଲେ ପିନାକି ଏବଂ ମହୁଆ, ସାମିଲ ହେଲେ ଅନେକ ବରିଷ୍ଠ ନେତା

Share It

ନୂଆଦିଲ୍ଲୀ: ପୂର୍ବତନ ସାଂସଦ ପିନାକୀ ମିଶ୍ର ଏବଂ ସାଂସଦ ମହୁଆ ମୋଇତ୍ରାଙ୍କ ବିବାହ ଜର୍ମାନୀରେ ଏକ ବ୍ୟକ୍ତିଗତ ଉତ୍ସବରେ ହେବା ନେଇ ସମ୍ପ୍ରତି ବହୁତ ଆଲୋଚନା ହୋଇଥିଲା। ଏବେ ଉଭୟଙ୍କ ଦ୍ୱାରା ଆୟୋଜିତ ଭବ୍ୟ ରିସେପସନ ପାର୍ଟି ଚର୍ଚ୍ଚାର ବିଷୟ ପାଲଟିଛି।

ଦିଲ୍ଲୀର ଏକ ତାରକା ହୋଟେଲରେ ଏହି ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନେକ ବରିଷ୍ଠ ରାଜନୈତିକ ନେତା ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ, ତାଙ୍କ ପତ୍ନୀ ଡିମ୍ପଲ ଯାଦବ ପ୍ରମୁଖ ଥିଲେ।

ସେହିପରି ମହୁଆଙ୍କ ସହକର୍ମୀ ସାଂସଦ ଏବଂ ଅଭିନେତ୍ରୀ ସାଧ୍ୱୀ ବାନାର୍ଜୀ, ବିଜେଡିର ସୁଲତା ଦେଓ, ସୁପ୍ରିୟା ସୁଲେ, ମୁନ୍ନା ଖାନ, କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ ମଧ୍ୟ ଉପସ୍ଥିତ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହା 65 ବର୍ଷୀୟ ପିନାକୀ ମିଶ୍ରଙ୍କ ଦ୍ୱିତୀୟ ବିବାହ। ପୂର୍ବରୁ ସେ ସଙ୍ଗୀତା ମିଶ୍ରଙ୍କୁ ବିବାହ କରିଥିଲେ। ତାଙ୍କର ପ୍ରଥମ ବିବାହରୁ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛି।

ପୂର୍ବତନ ବିଜୁ ଜନତା ଦଳ (ବିଜେଡି) ସାଂସଦ ପିନାକୀ ମିଶ୍ର ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରା ଜର୍ମାନୀରେ ବିବାହ କରିଥିବା ଜଣାପଡ଼ିଛି। ଏହି ବିବାହ ଏକ ବ୍ୟକ୍ତିଗତ ଉତ୍ସବ ଥିଲା।


Share It

Comments are closed.