ହୃଦଘାତରେ ଯୁବ କ୍ରିକେଟର ଅଭି ବରୋଟଙ୍କ ପରଲୋକ
ଭାରତର ଅଣ୍ଡର-୧୯ ଟିମ୍ର ପୂର୍ବତନ କ୍ୟାପଟେନ୍ ଅଭି ବାରୋଟ୍ଙ୍କ ପରଲୋକ। ହୃଦଘାତରେ ଅଭିଙ୍କର ହୋଇଛି ମୃତ୍ୟୁ। ୨୯ ବର୍ଷୀୟ ଏହି ଖେଳାଳୀ ଜଣକ ସୌରାଷ୍ଟ୍ର ପକ୍ଷରୁ ଖେଳୁଥିଲେ। ତାଙ୍କର ମୃତ୍ୟୁ ସମ୍ପର୍କରେ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ସୂଚନା ଦେଇଛି। ଚଳିତ ବର୍ଷ ସୟୈଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଅଭି ଖୁବ୍ ସୁନ୍ଦର ଶତକୀୟ ଇନିଂସ ଖେଳିଥିଲେ। ଏହାଛଡା ଅଭି ବରୋଟ୍ ୨୦୧୯-୨୦ ର ରଣଜୀ ଟ୍ରଫି ଜିତିଥିବା ସୌରାଷ୍ଟ୍ରର ବିଜେତା ଟିମ୍ର ଅଂଶ ମଧ୍ୟ ଥିଲେ। ଏବେ ବରୋଟ ଡାହାଣ ହାତର ଓ୍ବିକେଟ କିପର ବ୍ୟାଟସମ୍ୟାନ୍ ଥିଲେ। ସେ କେବେ କେବେ ଅଫ୍ ବ୍ରେକ୍ ବୋଲିଂ ମଧ୍ୟ କରୁଥିଲେ। ସେ ନିଜର କ୍ୟାରିୟରରେ ୩୮ଟି ଫାଷ୍ଟ କ୍ଲାସ ମ୍ୟାଚ୍, ୩୮ଟି ଏ’ ଲିଷ୍ଟ ମ୍ୟାଚ୍ ଓ ୨୦ଟି ଘରୋଇ ଟି-୨୦ ମ୍ୟାଚ୍ ଖେଳିଥିଲେ। ବରୋଟ ନିଜର ଫାଷ୍ଟ କ୍ଲାସ କ୍ୟାରିୟରରେ ଗୋଟିଏ ଶତକ ଓ ୯ଟି ଅର୍ଦ୍ଧଶତକ ସହାୟତାରେ ୧୫୪୭ ରନ୍ କରିଥିଲେ। ସେଭଳି ଲିଷ୍ଟରେ ‘ଏ’ ତୁଳନାରେ ୮ ଅର୍ଦ୍ଧ ଶତକ ଦ୍ବାରା ୧୦୩୦ ରନ୍ କରିଥିଲେ। ବରୋଟ୍ ଟି-୨୦ କ୍ରିକେଟ୍ର ବିସ୍ଫୋରକ ବ୍ୟାଟସମ୍ୟାନ୍ ଥିଲେ। ସେ ଘରୋଇ ଟି-୨୦ରେ ଗୋଟିଏ ଶତକ ଓ ପାଞ୍ଚୋଟି ଅର୍ଦ୍ଧଶତକ ସହାୟତାରେ ୭୧୭ ରନ୍ କରିଥିଲେ। ଟି-୨୦ ରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୪୬ ରନ୍ ଥିଲା ଓ ଆଭରେଜ୍ ପ୍ରାୟ ୩୮ ଥିଲା। ସୌରାଷ୍ଟ୍ର ଯେତେବେଳେ ୨୦୧୯-୨୦ ସିଜିନ୍ରେ ବଙ୍ଗଳାକୁ ହରାଇ ରଣଜୀ ଟ୍ରଫି ଜିତିଥିଲା ସେଥିରେ ଅଭି ବରୋଟଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଥିଲା। ଏହାଛଡା ବରୋଟ ଦୁଇଥର ରଣଜୀ ଟ୍ରଫି ଫାଇନାଲରେ ମଧ୍ୟ ଖେଳି ସାରିଛନ୍ତି। ଗୁଜରାଟ ପକ୍ଷରୁ ୨୦୧୦-୧୧ ରେ କୁଚ୍ ବିହାର ଟ୍ରଫିରେ ୪ଟି ଶତକ ଓ ତିନୋଟି ଅର୍ଦ୍ଧଶତକ କରିବା ପରେ ଅଭି ବରୋଟଙ୍କୁ ବିସିସିଆଇ ଅଣ୍ଡର ୧୯ କ୍ରିକେଟ ଅଫ୍ ଦ ଇୟରରେ ପୁରୁସ୍କୃତ କରିଥିଲା। ୨୦୨୦-୨୧ ରେ ସେ ବିଜୟ ହଜାରେ ଓ ସୟୈଦ ମୁସ୍ତାକ ଟ୍ରଫିରେ ସୌରାଷ୍ଟ୍ର ପକ୍ଷରୁ ଭାଗ ନେଇଥିଲେ। ଗୋଆ ବିରୋଧରେ ସେ ଟି-୨୦ କ୍ରିକେଟରେ ଏକମାତ୍ର ଶତକ କରିଥିଲେ।
Comments are closed.