ଆରପାରିରେ ହିମାଚଳ ପ୍ରଦେଶର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ

Share It

ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପରଲୋକ। ଗୁରୁବାର ଦିନ ସିମ୍‌ଲାରେ ଭୋର୍ ୩ଟା ୪୦ରେ ଦେହାନ୍ତ ହୋଇଛି। ୮୭ ବର୍ଷ ବୟସ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନରୁ ଅସୁସ୍ଥ ଥିଲେ ବୀରଭଦ୍ର ସିଂହ। ଏନେଇ ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡ ଡ଼.ଜନକ ରାଜ ସୂଚନା ଦେଇଛନ୍ତି।

ସୂଚନା ମୁତାବିକ, ବୀରଭଦ୍ର ପ୍ରାୟ ୨ ମାସ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ ୨ ଥର କରୋନାକୁ ମାତ୍ ଦେଇଥିଲେ । ତେବେ ଗତ ୨ ସପ୍ତାହ ହେବ ସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିଲେ । ଏହାପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲ ଆଜି ଭୋର ୩ଟା ୪୦ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।


Share It

Comments are closed.