ପାକିସ୍ତାନ ପୂର୍ବତ୍ତନ ଅଧିନାୟକଙ୍କ ଦାବୀ , ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ନିଶ୍ଚୟ ହେବ

Share It

ଟି-୨୦ ବିଶ୍ୱକପରେ ପାକିସ୍ତାନ, ଭାରତ ବିପକ୍ଷରେ ଥିବା ମ୍ୟାଚକୁ ବୟକଟ କରିବାର ନିଷ୍ପତି ନେଇଛି । ପାକିସ୍ତାନ ସରକାର ଏ ସଂପର୍କରେ ମତ ଦେଇ କହିଛି ଯେ, ପାକିସ୍ତାନ ଟି-୨୦ ବିଶ୍ୱକପରେ ସମସ୍ତ ମ୍ୟାଚ ଖେଳିବ କିନ୍ତୁ ୧୫ ଫେବୃଆରୀ କଲମ୍ବୋରେ ହେବାକୁ ଭାରତ ବିପକ୍ଷ ମ୍ୟାଚ ଖେଳିବନି । ବାଲାଂଦେଶ ଟି-୨୦ ବିଶ୍ୱକପରୁ ବାଦ ପଡିବା କୁ ବିରୋଧ କରି ପାକିସ୍ତାନ ଏହି ନିଷ୍ପତି ନେଇଛି । ଏହି ମ୍ୟାଚକୁ ନେଇ ଚାଲିଥିବା ଟଣାଓଟରା ମଧ୍ୟରେ ପୂର୍ବତ୍ତନ ପାକିସ୍ତାନ ଅଧିନାୟକ ରାସିଦ ଲତିଫ ନିଜ ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କୁ ଲାଗୁଛି ଯେ, କଲମ୍ବୋରେ ଭାରତ ବିରୋଧରେ ପାକିସ୍ତାନ ମ୍ୟାଚ ଖେଳିବ ।
ଲତିଫ କହିଛନ୍ତି, “ଏହି ନିଷ୍ପତି କେବଳ କ୍ରିକେଟରେ ସୀମିତ ରହିନାହିଁ । ମୋ ମତରେ ଏହାର ପ୍ରଭାବ ଆନ୍ତର୍ଜାତିକ କ୍ରିକେଟ ଏବଂ ଆଇସିସିର କାର୍ଯ୍ୟଶୈଳୀ ଉପରେ ମଧ୍ୟ ପ୍ରଭାବ ପଡିବ । ଏହା କୌଣସି ରୁଟିନ ନିଷ୍ପତି ନୁହେଁ । ଏହା ଦ୍ୱାରା ଆଲୋଚନା ଏବଂ ପ୍ରାଥମିକ ପରିବର୍ତନ ହୋଇପାରେ । ଗୋଟିଏ ନିଷ୍ପତି ଦ୍ୱାରା ଆନ୍ତର୍ଜାତିକ କ୍ରିକେଟର ମହୋଲ ମଧ୍ୟ ବଦଳିପାରେ । ” ଭାରତ-ପାକିସ୍ତାନ ମ୍ୟାଚ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟର ବହୁ ପ୍ରତୀକ୍ଷିତ ମ୍ୟାଚ ଠାରୁ କମ ନୁହେଁ, ଯାହାକୁ ବିଶ୍ୱ ସ୍ତରରେ ସବୁଠାରୁ ଅଧିକ ଦେଖୁଥିବା ଏବଂ ପ୍ରୟୋଜକଙ୍କୁ ରିଚ ଦ୍ୱାରା ଅଧିକ ରାଜସ୍ୱ ମିଳୁଥିବା ମ୍ୟାଚ ଅଟେ ।
ଲତିଫ ଆହୁରୀ କହିଛନ୍ତି ଯେ, “ମୋ ମତରେ ୧୫ ଫେବୃଆରୀରେ ମ୍ୟାଚ ଖେଳାଯିବ । ପ୍ରକୃତ ଆଲୋଚନା ଦିଲ୍ଲୀ ଏବଂ ଇସଲାମାବାଦ ମଧ୍ୟରେ ହେବ । ପ୍ରକୃତରେ କ୍ରିକେଟ ବାଣିଜିକ ସ୍ୱାର୍ଥରେ ଚାଲେ ଏବଂ ଆଇସିସି ତାକୁ ପାଳନ କର । ଆମର ସଭାପତି ମଧ୍ୟ ମନ୍ତ୍ରୀ ଅଛନ୍ତି ଏବଂ ଆପଣଙ୍କ ଆଡମିନଷ୍ଟ୍ରେଟର୍ସଙ୍କ ରାଜନୈତିକ ଲିଙ୍କ ଅଛି । ଶେଷରେ କୌଣସି ନିଷ୍କର୍ଷ ନିଶ୍ଚୟ ବାହାରିବ ।”


Share It

Comments are closed.