ବ୍ରାଡ ହଗଙ୍କ ବିଶ୍ୱାସ, କେବଳ କୋହଲି ହିଁ ସଚିନଙ୍କ ୧୦୦ ଶତକର ରେକର୍ଡ ଭାଙ୍ଗିପାରିବେ
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବ ଦ୍ରୁତ ଗତିରେ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛନ୍ତି । ବର୍ତ୍ତମାନ ତାଙ୍କ ପାଖରେ ଆଉ ୫ ବର୍ଷର କ୍ରିକେଟ କ୍ୟାରିୟର ବାକି ରହିଛି । ତେବେ ଏହି ମଧ୍ୟରେ ଅନେକ କ୍ରିକେଟ ପ୍ରେମୀ ଏବଂ କିମ୍ବଦନ୍ତୀ କ୍ରିକେଟର ଏହା ବିଶ୍ୱାସ ରହିଛି ଯେ, ସଚିନଙ୍କ ୧୦୦ ଶତକର ରେକର୍ଡ କେବଳ ବିରାଟ କୋହଲି ହିଁ ଭାଙ୍ଗି ପାରିବେ । ଯଦି ଏହା ହୁଏ ତେବେ ଏହା କ୍ରିକେଟ ଜଗତ ପାଇଁ ଏକ ସ୍ମରଣୀୟ ମୂହୂର୍ତ୍ତ ରହିବ । ଅଷ୍ଟ୍ରେଲିଆର ପୂର୍ବତ୍ତନ ସ୍ପିନର ବ୍ରାଡ ହଗଙ୍କ ଏହା ବିଶ୍ୱାସ ରହିଛି ଯେ, କେବଳ ବିରାଟ ହିଁ ସଚିନଙ୍କ ଏହି ରେକର୍ଡ ଭାଙ୍ଗି ପାରିବେ । ହଗ ଏଭଳି ଅନେକ କାରଣ କହିଛନ୍ତି, ଯାହାକୁ ନେଇ ତାଙ୍କର ଅନେକ ଆଶା ଅଛି ବିରାଟ କୋହଲି ହିଁ ସମସ୍ତ ରେକର୍ଡ ନିଜ ନାମରେ କରି ପାରନ୍ତି ।
ସଚିନ ତେନ୍ଦୁଲକର ୨୪ ବର୍ଷର କ୍ରିକେଟ କ୍ୟାରିୟରେ ୫୧ଟି ଶତକ ଟେଷ୍ଟରେ ଏବଂ ୪୯ଟି ଦିନିକିଆରେ ହାସଲ କରିଛନ୍ତି । ତାଙ୍କ ପରେ ୭୧ଟି ଆନ୍ତର୍ଜାତିକ ଶତକ ସହ ରିକି ପଏଣ୍ଟିଙ୍ଗ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ବିରାଟ କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ୭୦ଟି ଶତକ ହାସଲ କରି ସାରିଛନ୍ତି । ସେ ଦିନିକିଆରେ ୪୩ଟି ଏବଂ ଟେଷ୍ଟରେ ୨୭ଟି ଶତକ ହାସଲ କରିଛନ୍ତି ।
ଏହା ଉପରେ ପ୍ରତିକ୍ରିୟା ରଖି ହଗ କହିଛନ୍ତି ଯେ, “ସଚିନଙ୍କ ଯେତେବଳେ ଖେଳ ଆରମ୍ଭ କରିଥିଲେ, ସେବେକ ଅପେକ୍ଷା ବର୍ତ୍ତମାନର ଫିଟନେସ ସ୍ତର ଖୁବ ଉନ୍ନତ ଅଟେ । ବର୍ତ୍ତମାନ ଖେଳଳୀ ଟ୍ରେନରଙ୍କ ଠାରୁ ଅନେକ ସାହାଯ୍ୟ ନେଇ ପାରୁଛନ୍ତି । ତାଙ୍କ ପାଖରେ ଫିଜିଓ ଏବଂ ଡାକ୍ତର ଅଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ବିରାଟ ସବୁଠାରୁ ଫେଟ ଖେଳାଳୀ ଅଟନ୍ତି । ୱିକେଟ ମଧ୍ୟରେ ତାଙ୍କର ରନିଙ୍ଗ ଏବଂ ଫିଲ୍ଡିଙ୍ଗ ଖୁବ ଉନ୍ନତ ଅଟେ । ଏହି କାରଣ ହେଉଛି ବର୍ତ୍ତମାନ ଖେଳାଳୀ ଖୁବ ଅଳ୍ପ ମ୍ୟାଚ ମିସ କରୁଛନ୍ତି । ବର୍ତ୍ତମାନ ପୂର୍ବ ଅପେକ୍ଷା ବହୁତ ଅଧିକ ମ୍ୟାଚ ଖେଳାଯାଉଛି । ସେଥିପାଇଁ ନିଶ୍ଚିତ ଋପରେ ବିରାଟ କୋହଲି ସଚିନଙ୍କ ରେକର୍ଡ ଭାଙ୍ଗିପାରିବେ । ”
Comments are closed.