ଇଣ୍ଡଷ୍ଟ୍ରିର କେଉଁମାନଙ୍କ ପାଇଁ ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? ପ୍ରଶଂସକ ନା ପଚାରିବା ପରେ ଆସିଛି ଶେଖର କପୁରଙ୍କ ଯବାବ
ନିର୍ଦ୍ଦେଶକ ଶେଖର କପୁର ଖୁଲାସା କରିଛନ୍ତି ଯେ ଅନେକ ମାସ ପୂର୍ବରୁ ସୁଶାନ୍ତ ସିଂ ରାଜପୁତ ତାଙ୍କ ସହିତ ଫିଲ୍ମ ‘ପାନୀ’ କରିବା ପାଇଁ ଯାଉଥିଲେ । ଫିଲ୍ମ ପାଇଁ ସୁଶାନ୍ତ ପ୍ରସ୍ୁତି ମଧ୍ୟ ଆରମ୍ଭ କରିଦେଇଥିଲେ । ଏମିତିରେ କୌଣସି କାରଣରୁ ଏହି ଫିଲ୍ମ ହୋଇପାରିନଥିଲା । ଶେଖର କପୁର ଏବଂ ସୁଶାନ୍ତ ସିଂ ରାଜପୂତ ଫିଲ୍ମକୁ ନେଇ ଘଂଟା ଘଂଟା କଥା ହେଉଥିଲେ । ଏପରିକି ଫିଲ୍ମ ନ ହୋଇପାରିବା ଯୋଗୁଁ ସୁଶାନ୍ତ ଅନେକ ଥର ଫୋନରେ ହିଁ କାନ୍ଦି ପକାଇଛନ୍ତି । ଶେଖର କପୁର ଟ୍ୱିଟ କରି କହିଛନ୍ତି ଯେ ତାଙ୍କୁ ଜଣା କେଉଁ ମାନଙ୍କ ଯୋଗୁଁ ସୁଶାନ୍ତ ଏତେ ଚିନ୍ତିତ ରହୁଥିଲେ । ଯାହାପରେ ଅନେକ ପ୍ରଶଂସକ ତାଙ୍କୁ ସେମାନଙ୍କ ନାମ ପଚାରୁଛନ୍ତି । ଯାହାପରେ ଶେଖର କପୁରଙ୍କ ଜବାବ ଆସିଛି ।
ଶେଖର କପୁର ସୁଶାନ୍ତକୁ ମନେପକାଇ ଟ୍ୱିଟ କରି ଲେଖିଥିଲେ ଯେ ‘ମୋତେ ଜଣାଥିଲା ଯେ ତୁମେ କେଉଁ ସଂଘର୍ଷ ମଧ୍ୟ ଦେଇ ଗତି କରୁଥିଲ । ମୋତେ ଜଣାଅଛି ଯେଉଁ ଲୋକମାନେ ତୁମକୁ ନିଚ୍ଚା ଦେଖାଇଥିଲେ । ତୁମେ ମୋ କାନ୍ଧରେ ମୁଣ୍ଡ ରଖି କାନ୍ଦି ମଧ୍ୟ ଥିଲ । କାଶ ମୁଁ ଗତ ଛଅ ମାସ ତମ ସହ ରହିଥାନ୍ତି । କାଶ ତମେ ମୋ ପର୍ଯ୍ୟନ୍ତ ପହଂଚିଥାନ୍ତ । ଯାହାବି ହେଲା ଏହା ତାଙ୍କର କର୍ମ ଥିଲା, ତୁମର ନୁହେଁ ।”
I knew the pain you were going through. I knew the story of the people that let you down so bad that you would weep on my shoulder. I wish Iwas around the last 6 months. I wish you had reached out to me. What happened to you was their Karma. Not yours. #SushantSinghRajput
— Shekhar Kapur (@shekharkapur) June 15, 2020
ଶେଖର କପୁରଙ୍କୁ ଟ୍ୟାଗ କରି ଜଣେ ୟୁଜର ଲେଖିଛନ୍ତି ଯେ ‘ ସର, ଯଦି ଆପଣଙ୍କୁ ସତ୍ୟ ଜଣାଅଛି ତେବେ ତାହାକୁ ଜଣାଇଦିଅନ୍ତୁ । ଅନ୍ୟ କେତେକ ଲୋକଙ୍କ ଜୀବନ ମଧ୍ୟ ବଂଚିଯାଇପାରିବ । ଆଉ ଜଣେ ୟୁଜର କହିଛନ୍ତି ଯେ ଆପଣଙ୍କୁ ଏହି ଲବି ବିରୋଧରେ କହିବା ଆବଶ୍ୟକ ।
Lessons of Life : Humilty Vulnerability. Passion. Devotion. Essentials to any form of creativity. Even film making.
Producers often and unfortunately see these qualities as weaknesses to be taken advantage of.
— Shekhar Kapur (@shekharkapur) June 16, 2020
Naming few people has no value. They themselves are products and victims of a ‘system’ everyone is protesting against.
If you really care, if you’re really angry, then bring down the system. Not the individual. That’s guerilla warfare. Not a spurt of anger. #SushantSinghRajput— Shekhar Kapur (@shekharkapur) June 16, 2020
ୟୁଜରମାନଙ୍କର ଲଗାତର ଟ୍ୱିଟ ପରେ ଶେଖର କପୁର ଲେଖିଛନ୍ତି ଯେ, “କିଛି ଲୋକଙ୍କ ନାମ ନେବା ଦ୍ୱାରା କୌଣସି ଲାଭ ହେବ ନାହିଁ । ସେମାନେ ନିଜେ ଏକ ଉତ୍ପାଦ ଭଳି ଅଟନ୍ତି ଏବଂ ସିଷ୍ଟମର ଶିକାର ଅଟନ୍ତି । ଯଦି ଆପଣମାନେ ସତରେ ଚିନ୍ତା କରୁଛନ୍ତି, ଯଦି ବାସ୍ତବରେ କ୍ରୋଧରେ ଅଛନ୍ତି ତାହେଲେ ଏହି ସିଷ୍ଟମକୁ ଠିକ କରିବାକୁ ଚେଷ୍ଟା କରନ୍ତୁ । ଜଣେଙ୍କୁ ନୁହେଁ ଏଠାରେ ସମସ୍ତଙ୍କୁ ଏକତ୍ରୀତ ହେବାକୁ ପଡ଼ିବ ।”
Naming few people has no value. They themselves are products and victims of a ‘system’ everyone is protesting against.
If you really care, if you’re really angry, then bring down the system. Not the individual. That’s guerilla warfare. Not a spurt of anger. #SushantSinghRajput— Shekhar Kapur (@shekharkapur) June 16, 2020
ଏହା ବ୍ୟତୀତ ଇନଷ୍ଟାଗ୍ରାମ ଲାଇଭ ସମୟରେ ଶେଖର କପୁର କହିଥିଲେ ଯେ, “ପାନୀ ଫିଲ୍ମରେ ସୁଶାନ୍ତ ଗୋରାର ଭୂମିକା ତୂଲାଇଥାନ୍ତେ । ସେ ମୋ ସହ ପ୍ରଡକ୍ସନ ଡିଜାଇନର ମିଟିଙ୍ଗରେ ରହୁଥିଲା । ପୁଣି ବିଏଫଏକ୍ସର ମିଟିଙ୍ଗରେ ରହୁଥିଲା, ୱର୍କଶପରେ ମଧ୍ୟ ରହୁଥିଲା । ତାଠାରେ ଶିଖିବାର ଜବରଦସ୍ତ ଆଗ୍ରହ ଥିଲା ଏବଂ ତା ଭିତରେ ଜିନିଷକୁ ନେଇ ଏଭଳି ଉତ୍ସୁକତା ଥିଲା ଯାହା ଆପଣଙ୍କୁ ଗୋଟିଏ ଛୋଟ ଛୁଆଠାରେ ଦେଖିବାକୁ ମିଳିଥାଏା”
Comments are closed.