ପ୍ରଥମ ଥର ପାଇଁ ଲଶ୍କର ଆତଙ୍କବାଦୀଙ୍କୁ ନିଜର ବୋଲି ଗ୍ରହଣ କଲା ପାକିସ୍ତାନ
ପ୍ରଥମ ଥର ପାଇଁ ଜଣେ ଲଶ୍କର ଆତଙ୍କବାଦୀଙ୍କୁ ନିଜର ବୋଲି ଗ୍ରହଣ କରିଛି ପାକିସ୍ତାନ। ଆତଙ୍କବାଦୀ LoC ଦେଇ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲା ଏହି ଆତଙ୍କବାଦୀ । ତେବେ ଭାରତୀୟ ଯବାନ ମାନେ ତାଙ୍କୁ ଧରିଥିଲେ। ଉଭୟଙ୍କ ମଧ୍ୟରେ ଗୁୁଳି ବିନିମୟ ହେବା ଦ୍ୱାରା ଆତଙ୍କବାଦୀ ଜଣଙ୍କ ପ୍ରାଣ ହରାଇଛନ୍ତି।
ସୋମବାର ଦିନ ପାକିସ୍ତାନ ତାଲିମପ୍ରାପ୍ତ ଲଶ୍କର-ଏ-ତାଇବା ଆତଙ୍କବାଦୀଙ୍କ ଶବକୁ ଗ୍ରହଣ କରିଛି। ଏଥିସହ ଆତଙ୍କବାଦୀ ପାକିସ୍ତାନର ବୋଲି ମଧ୍ୟ ଗ୍ରହଣ କରାଯାଇଛି। ଅଗଷ୍ଟ ୨୧ ରେ ରାଜୋରି ଜିଲ୍ଲାର ନୋଶେରା ସେକ୍ଟରରେ LoC ମାଧ୍ୟମରେ ଅନୁପ୍ରବେଶ କରିଥିଲେ ଯେଉଁଠାରେ ତାଙ୍କୁ ଗିରଫ କରାଯାଇଥିଲା। ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଦ୍ୱାରା ତାଙ୍କର ମୃତ୍ୟୁ ହୋଇଛି।
ପରେ ଚିକିତ୍ସା ପାଇଁ ତାଙ୍କୁ ରାଜୋରୀର ମିଲିଟାରୀ ହସ୍ପିଟାଲକୁ ପଠାଯାଇଥିଲା। ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। କେବଳ ଏତିକି ନୁହେଁ, ଭାରତୀୟ ଯବାନ ତାଙ୍କୁ ତିନି ୟୁନିଟ୍ ରକ୍ତ ମଧ୍ୟ ଦେଇଥିଲେ।
ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଦ୍ବାରା ତାଙ୍କୁ ନିଯୁକ୍ତି ଦିଆ ଯାଇଥିଲା। ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିବା ପାଇଁ ତାଙ୍କୁ ପାକିସ୍ତାନର କର୍ଣ୍ଣେଲ୍ଙ୍କ ଠାରୁ ୩୦ ହଜାର ଟଙ୍କା ମିଳିଥିବା ସୂଚନା ମିଳିଛି। ତେବେ ଆତଙ୍କବାଦୀଙ୍କ ଶବକୁ ସ୍ୱୀକାର କରିଛି ପାକିସ୍ତାନ।
Comments are closed.