ନିଜର ମେଟାବୋଲିଜିମକୁ ବଢାଇବା ପାଇଁ ନିଜର ନିତିଦିନିଆ ଡାଏଟରେ ସାମିଲ କରନ୍ତୁ ଏହି ସମସ୍ତ ଖାଦ୍ୟ . . . . . . .. . . .


ଶରୀର ମଧ୍ୟରେ ମେଟାବୋଲିଜିମ ଖୁବ ଆବଶ୍ୟକୀୟ ଉପାଦାନ ଏବଂ  ଏହା ଶରୀରରେ କ୍ୟାଲୋରୀ କମ କରିବାରେ ସାହାଯ୍ୟ କରିଥାଏ । ଏହା ଶରୀରରେ କ୍ୟାଲୋରୀକୁ ପ୍ରାକୃତିକ ଉପାୟରେ କମ କରୁଥିବାରୁ ଓଜନ କମ କରିବାରେ ସାହାଯ୍ୟ କରିଥାଏ । ଏହା ବୟସ ଅନୁଯାୟୀ କିମ୍ବା ଦିନଚର୍ଯ୍ୟା ଅନୁଯାୟୀ କମ ହୋଇଯାଇଥାଏ । ଶରୀରରେ ମେଚଟାବୋଲିଜମର ମାତ୍ରା କମ ହେବା ଦ୍ୱାରା ଆପଣ ମେଦ ବହୁଳତାର ଶିକାର ହୋଇଥାନ୍ତି । ଆପଣ ନିତିଦିନ ବ୍ୟାୟାମ ଏବଂ ଯୋଗ ଅଭ୍ୟାସ ଦ୍ୱାରା ଶରୀରରେ ମେଟାବୋଲିଜିମର ମାତ୍ରାକୁ ବୃଦ୍ଧି କରିପାରିବେ । ଆପଣ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭାବେ ନିଜ ଖାଦ୍ୟ ପେୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ଯାହା ଆପଣଙ୍କ ଶରୀରରେ ମେଟାବୋଲିଜିମର ମାତ୍ରା ବୃଦ୍ଧି କରିଥାଏ । ଆସନ୍ତୁ କେଉଁ ଖାଦ୍ୟ ଦ୍ୱାରା କରି ପାରିବେ ନିଜର ମେଟାବୋଲିଜିମ ମାତ୍ରାର ବୃଦ୍ଧି . . . . . .

୧.   ଚିଆ ସିଡସ – କ୍ୟାଲସିୟମରେ ଭରପୁର ଚିଆ ସିଡସ ଶରୀରରେ ମେଟାବୋଲିଜିମର ବୃଦ୍ଧି କରିଥାଏ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଆପଣ ସକାଳୁ ଖାଲି ପେଟରେ ଚିଆ ସିଡସକୁ ଉଷୁମ ପାଣିରେ ଭିଜାଇ ଖାଇପାରିବେ ।

୨.   ଅଣ୍ଡା – ଓମେଗା -୩ ଫ୍ୟାଟି ଏସିଡ ଏବଂ ବିଭିନ୍ନ ପ୍ରକାରର ପ୍ରୋଟିନର ଏକ ସ୍ରୋତ ଅଣ୍ଡା ଶରୀରରେ ମେଟାବୋଲିଜିମକୁ ବୃଦ୍ଧି କରିଥାଏ । ଆପଣ ପ୍ରତ୍ୟେକ ଦିନ ନିଜର ସକାଳ ଜଳଖିଆରେ ସିଝା ଅଣ୍ଡା ଖାଆନ୍ତୁ ।

୩.   ଅଦା – ଅଦା ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରି ଆପେଟାଇଟକୁ ନିୟନ୍ତ୍ରଣ କରିଥାଏ । ଏହା ଶରୀରରେ ଗୁଡ କୋଲେଷ୍ଟ୍ରଲକୁ ବୃଦ୍ଧି କରିଥାଏ ଏବଂ ବ୍ୟାଡ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ ।

୪.   ଗ୍ରିନ ଟି – ଗ୍ରିନ ଟିରେ ଥିବା ଜିଇଟି ଶରୀରରେ ମେଟାବୋଲିଜିମରେ ବୃଦ୍ଧି କରିଥାଏ । ଟାଇପ ୨ ଡାଇବେଟିସ ରୋଗୀମାନେ ପ୍ରତିଦିନର ଗ୍ରିନ ଟିର ସେବନ ଦ୍ୱାରା ଡାଇବେଟିସକୁ ନିୟନ୍ତ୍ରଣ କରିବା ସହିତ ବିଏମଆଇକୁ ନିୟନ୍ତ୍ରଣ କରିଥାଏ ।

୫.   କଫି – ରିସର୍ଚ୍ଚରୁ ଜଣା ପଡିଛି କି କଫି ଶରୀରରେ ମେଟାବୋଲିଜିମର ବୃଦ୍ଧି କରିଥାଏ । କ୍ଷୀର କଫି ତୁଳନାରେ ବ୍ଲାକ କଫି ଶରୀର ପାଇଁ ଖୁବ ଭଲ ।

୬.   ଜଳ – ଆପଣ ଶରୀରରେ ମେଟାବୋଲିଜିମର ମାତ୍ରା ବୃଦ୍ଧି କରିବାକୁ ଚାହୁଁଥିଲେ ଭଲଭାବେ ଜଳ ପାନ କରନ୍ତୁ ଏବଂ ବ୍ୟାୟାମ କରନ୍ତୁ । ଜଳ କ୍ରେଭିଂର ମାତ୍ରା କମ ହେବା ସହିତ ମେଟାବୋଲିଜିମର ବୃଦ୍ଧି କରିଥାଏ ।

୭.   ସବୁଜ ପରିବା – ବଜାରରେ ଉପଲବ୍ଧ ହେଉଥିବା ସବୁଜ ପନିପରିବା ଶରୀର ପାଇଁ ଖୁବ ହିତକାରୀ । ସବୁଜ ପନିପରିବା ବିଏମଆଇ ରେଟ କମ କରିବା ସହିତ ଆପେଟାଇଟକୁ ନିୟନ୍ତ୍ରଣ କରିଥାଏ ଏବଂ ମେଟାବୋଲିଜିମର ମାତ୍ରା ବୃଦ୍ଧି କରିଥାଏ ।

 

 


Share It

Comments are closed.