ବିଦେଶରେ ରହୁଥିବା ଓଡିଆଙ୍କ ସହ ‘ଜୁମ ଆପ’ ଯୋଗେ କଥା ହେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

Share It

ଭୁବନେଶ୍ୱର : କରୋନା ଭାଇରସ କୋଭିଡ-୧୯ ସଂକ୍ରମଣ ପରୀପ୍ରେକ୍ଷୀରେ ଉପୁଜୁଥିବା ଅସ୍ୱାଭାବିକ ପରିସ୍ଥିତିରେ ସାରା ବିଶ୍ୱ ଗତି କରୁଥିବାବେଳେ ଏହାର ମୁକାବିଲା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରଭାତ ସ୍ୱାଇଁ ବିଦେଶରେ ରହୁଥିବା ଓଡିଅ।।ଙ୍କ ସହ ‘ଜୁମ ଆପ’ ଯୋଗେ କଥା ହୋଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାରେ ସଫଳତାର ସହ କୋଭିଡ-୧୯ ସଂକ୍ରମଣର ମୁକାବିଲା କରାଯାଇଥିବା ବିଷୟରେ କହିଥିବାବେଳେ ସେହି ସବୁ ଦେଶରେ କୋଭିଡ-୧୯ ସଂକ୍ରମଣ ଏବଂ ପ୍ରବାସୀ ଓଡିଆମାନଙ୍କ ସ୍ଥିତି ସଂପର୍କରେ ପଚାରି ବୁଝିଥିଲେ । କୋଭିଡକୁ ପ୍ରତିହତ କରିବା ପାଇଁ କୋଭିଡ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଦେଇ ଏବଂ ସେମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ସନ୍ଧ୍ୟା ୫.୩୦ ମିନିଟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କରିଥିବା ଅନୁରୋଧ କ୍ରମେ ସମସ୍ତଙ୍କୁ ଏଥିରେ ସାମିଲ ହେବା ପାଇଁ ନିବେଦନ କରିଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ, କୋଭିଡ ସଂକ୍ରମଣରେ ଓଡିଶାରେ ମୃତ୍ୟୁହାର ୦.୪୨% ଯାହାକି ବିଶ୍ୱରେ ସବୁଠାରୁ କମ୍ । କୋଭିଡ ମୁକାବିଲା କରିବା ପାଇଁ ଅତି କମ୍ ସମୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରତିଷ୍ଠା କରାଯାଇପାରିଛି । ରାଜ୍ୟର ୬୭୮୯ ଗ୍ରାମରଞ୍ଚାୟତରେ ୭,୩୮,୬୦୨ଟି ଶଯ୍ୟା ସୁବିଧା ଥାଇ ୧୬, ୩୪୪ ଅସ୍ଥାୟୀ ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ର ପ୍ରତିଷ୍ଠା କରାଯିବା ସହ ଲୋକମାନଙ୍କ ଖାଦ୍ୟ ନିରାପତ୍ତା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।
ଏହି ଅବସରରେ ପ୍ରବାସୀ ଓଡିଆମାନେ କୋଭିଡ ପରିପ୍ରେକ୍ଷୀରେ ସମ୍ମୁଖୀନ ହେଉଥିବା ଅସୁବିଧା ସଂପର୍କରେ ମନ୍ତ୍ରୀ ଅବଗତ କରାଇଥିଲେ । ଏଥି ସହିତ ବିଦେଶରୁ ଫେରିବା ପାଇଁ ଆଗ୍ରହୀ ପ୍ରବାସୀ ଓଡିଆମାନଙ୍କ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଓ ବେସାମରିକ ବିମାନ ମନ୍ତ୍ରଣାଳୟ ସହିତ ଯୋଗାଯୋଗ କରିବା ପାଇଁ ପ୍ରବାସୀମାନେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ କହିଥିଲେ । ଏଥି ନିମନ୍ତେ ସେମାନଙ୍କ ପାଇଁ ଏକ ଏନ୍‌ଆରଆଇ ସେଲ ଖୋଲିବା ଏବଂ ବିଦେଶରେ ରହୁଥିବା ଓଡିଆଙ୍କ ଡାଟାବେସ ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନୁରୋଧ କରିଥିଲେ । ଯେଉଁ ପ୍ରବାସୀ ଶ୍ରମିକମାନେ ବିଦେଶରୁ ଫେରିବେ ସେମାନଙ୍କ ପାଇଁ ଓଡିଶାରେ କ୍ୱାରେଣ୍ଟାଇନ ବ୍ୟବସ୍ଥା କରିବା ପାଇଁ ମଧ୍ୟ ପ୍ରବାସୀମାନେ ଅନୁରୋଧ କରିଥିଲେ । ଓଡିଶାରେ କୋଭିଡର ମୁକାବିଲା ନିମନ୍ତେ ସେମାନେ ଯଥାସାଧ୍ୟ ସାହାଯ୍ୟ ଓ ସହଯୋଗ ଯୋଗାଇଦେବେ ବୋଲି ପ୍ରବାସୀମାନେ କହିଥିଲେ ।
ପ୍ରବାସୀ ଓଡିଆମନେ ସନ୍ଧ୍ୟା ୫.୩୦ ମିନିଟ ସମୟରେ ‘ବନ୍ଧେ ଉତ୍କଳ ଜନନୀ’ ଗାନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ବାହାରିନ, କୁଏତ, କ୍ୱାତାର, ସାଉଦି ଆରବ, ଓମାନ, ୟୁଏଇ, କାନାଡା, ନରୱେ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଜର୍ମାନୀର ୨୯ ଜଣ ଡାକ୍ତର , ଇଂଜିନିୟର ଓ ଆଇଟି ପ୍ରଫେସନାଲ ପ୍ରବାସୀ ଓଡିଆଙ୍କ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଲୋକସେବା ଭବନଠାରେ ‘ବନ୍ଧେ ଉତ୍କଳ ଜନନୀ’ ଗାନ କରିଥିଲେ । ଡ. ପ୍ରକାଶ ଦେ, ଡ. ଚନ୍ଦ୍ରଶେଖର ଖୁଣ୍ଟିଆ, ଡ. ପୀତବାସ ମିଶ୍ର, ଡ. ସଞ୍ଜୟ ଦାସ, ଅରୁଣ କୁମାର ପ୍ରହରାଜ, ବିଦ୍ୟାଭୂଷଣ ମହାନ୍ତି, ପ୍ୟାରିମୋହନ ମଲ୍ଲିକ, ଡ. ସତ୍ୟ ଲେଙ୍କା ଓ ଅନ୍ୟ ବିଶିଷ୍ଟ ପ୍ରବାସୀ ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।


Share It

Comments are closed.