କରୋନା କବଳରେ ବଲିଉଡ, ଏବେ ଆକ୍ରାନ୍ତ ହେଲେ ଆଲିଆ
ସମଗ୍ର ଦେଶରେ ବ୍ୟାପି ଚାଲିଛି କରୋନା। ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ରହୁଥିବାବେଳେ ଏଥିରୁ ବର୍ତ୍ତିନାହାନ୍ତି ବଲିଉଡର କଳାକାରମାନେ । ଆମିର ଖାନ୍, କାର୍ତ୍ତିକ ଆୟନ, ମନୋଜ ବାଜପେୟୀ, ବାପ୍ପି ଲେହରୀ, ତାରା ସୁତାରିଆଙ୍କ ପରେ ଏବେ ଆଲିଆ ଭଟ୍ଟ ବାଇରସ କବଳରେ ଆସିଛନ୍ତି । ଆଲିଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । କିଛି ସମୟ ପୂର୍ବରୁ ଯେତେବେଳେ ଆଲିଆ ଭଟ୍ଟଙ୍କ ଫିଲ୍ମ ଗାଙ୍ଗୁବାଇ କାଠିଆୱାଡି ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀ କରୋନା ସଂକ୍ରମିତ ହେବାର ଖବର ଆସିଥିଲା, ସେହି ସମୟରେ ଆଲିଆ ତାଙ୍କର ଟେଷ୍ଟ କରାଇଥିଲେ। ସେତେବେଳେ ତାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା ବର୍ତ୍ତମାନ ଆଲିଆଙ୍କ ରିପୋର୍ଟ ପଜିଟିଭ ଆସିଛି।
ସୂଚନାଯୋଗ୍ୟ ଯେ, ଅଭିନେତା ରଣବୀର କପୁର ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ରଣବୀର ସୁସ୍ଥ ଅଛନ୍ତି। ମାର୍ଚ୍ଚ ମାସରେ ରଣବୀର କପୁର କୋଭିଡ-୧୯ ର ଶିକାର ହୋଇଥିଲେ। ଏହା ସହିତ ସଞ୍ଜୟ ଲୀଲା ଭନସାଲୀ କରୋନା ପଜିଟିଭ୍ ଜଣାପଡ଼ିବା ପରେ ଫିଲ୍ମର ସୁଟିଂ ବନ୍ଦ କରାଯାଇଥିଲା। ଜନ୍ମଦିନ ଅବସରରେ ସେ ସୋସିଆଲ ମିଡିଆରେ ଫିଲ୍ମ ଆର୍ଆର୍ଆାର୍ର ପୋଷ୍ଟର ସେୟାର କରିଥିଲେ। ଏହି ଚଳଚ୍ଚିତ୍ରରେ ଆଲିଆ ସୀତା ଭୂମିକାରେ ନଜର ଆସିବେ।
Comments are closed.