ତାଲିବାନର ବର୍ବରତା, ସାର୍ବଜନୀନ ସ୍ଥାନରେ ଗୀତଗାୟକଙ୍କୁ ପିଟିପିଟି କଲେ ହତ୍ୟା

Share It

ପୁଣି ସାମ୍ନାକୁ ଆସିଲା ତାଲିବାନର ବର୍ବରତା। ଆଫଗାନିସ୍ତାନରେ ତାଣ୍ଡବ କରୁଛନ୍ତି ତାଲିବାନ ଆତଙ୍କୀ। ଗୀତ ଗାଇବାରୁ ଜଣେ ଗାୟକଙ୍କୁ ନୃଶଂସ ଭାବେ ହତ୍ୟା କରିଛନ୍ତି ତାଲିବାନ ଆତଙ୍କୀ। କେବଳ ସେତିକି ନୁହେଁ ଏହି ଗାୟକଙ୍କୁ ମାଡ଼ ମାରି ଦରମରା କରିବା ପରେ ଯାଇ ବିଭତ୍ସ ଭାବରେ ହତ୍ୟା କରିଛନ୍ତି ତାଲିବାନୀ।

ସୂଚନାନୁଯାୟୀ, ପଞ୍ଜସିରା ଘାଟିର ଅନ୍ଦରାବ ଗ୍ରାମରେ ଜଣେ ଲୋକପ୍ରିୟ ଗାୟକ ଫବାଦ ଅନ୍ଦରାବୀଙ୍କୁ ତାଲିବାନୀମାନେ କ୍ରୁର ଭାବରେ ହତ୍ୟା କରିଛନ୍ତି। ଫବାଦଙ୍କୁ ତାଲିବାନୀମାନେ ତାଙ୍କ ଘରୁ ଘୋସାଡ଼ି ନେଇଥିଲେ। ଏହାପରେ ତାଙ୍କୁ ବନ୍ଧୁକରେ ପିଟିପିଟି ଦରମରା କରିଥିଲେ। ଶେଷରେ ଫବାଦଙ୍କୁ ଗୁଳି କରି ହତ୍ୟା କରିଥିଲେ ତାଲିବାନୀ। ଆଫଗାନିସ୍ତାନର ପୂର୍ବତନ ମନ୍ତ୍ରୀ ମସୁଦ ଅନ୍ଦରାବୀ ଏନେଇ ଟ୍ଵିଟ୍ କରି କହିଛନ୍ତି ଯେ, ଅନ୍ଦରାବରେ ତାଲିବାନର କ୍ରୂରତା ଜାରି ରହିଛି। ଲୋକପ୍ରିୟ ଗାୟକ ଫବାଦ ଅନ୍ଦରାବିଙ୍କୁ ସେମାନେ ଅମାନବୀୟ ଭାବରେ ହତ୍ୟା କରିଛନ୍ତି। ଫବାଦ ଗୀତ ଗାଇ ଘାଟିର ଲୋକମାନଙ୍କୁ ଖୁସୀ ରଖୁଥିଲେ।

ପ୍ରକାଶ ଥାଉକି, ତାଲିବାନ ଆଫଗାନିସ୍ତାନରେ ସାର୍ବଜନିକ ରୂପରେ ସଙ୍ଗୀତ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇଛି। ତାଲିବାନର ପ୍ରବକ୍ତା ଜବିହୁଲ୍ଲାହ ମୁଜାହିଦ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଇସଲାମ ସଙ୍ଗୀତକୁ ଗ୍ରହଣ କରୁ ନାହିଁ। ଏଥିପାଇଁ ଲୋକମାନଙ୍କ ଉପରେ ଚାପ ପକାଇବା ପରିବର୍ତ୍ତେ ସେମାନଙ୍କୁ ଗୀତ ନଗାଇବାକୁ ଆମେ ରାଜି କରାଇବୁ।


Share It

Comments are closed.