ଫ୍ଲିପ୍କାର୍ଟ ଭିଡିଓ ପକ୍ଷରୁ କ୍ରାଇମ୍ ଷ୍ଟୋରିଜ୍ର ଶୁଭାରମ୍ଭ
ଭୁବନେଶ୍ୱର: ଫ୍ଲିପ୍କାର୍ଟ ଭିଡିଓ ଏହାର ନୂତନ ଇଂଟରାକ୍ଟିଭ୍ ଫିକ୍ସନ ସିରିଜ୍- କ୍ରାଇମ୍ ଷ୍ଟୋରିଜ୍ ସହିତ ଅନୁସନ୍ଧାନକାରୀ ଅପରାଧ ଭିତିକ ଶୋ’ଗୁଡିକର ପୁନଃଆବିଷ୍କାର କରିଛି । ମାର୍ଚ୍ଚ ୧୩ ତାରିଖ, ୨୦୨୧ରେ ଶୁଭାରମ୍ଭ ହୋଇଥିବା ପ୍ରଥମ ଧରଣର ଏହି ଇଂଟରାକ୍ଟିଭ୍ ଇନ୍ଭେଷ୍ଟିଗେଟିଭ୍ କ୍ରାଇମ୍ ସିରିଜ୍ ବାସ୍ତବ ଅପରାଧିକ କାହାଣୀଗୁଡିକ ଦ୍ୱାରା ଅନୁପ୍ରାଣିତ ହୋଇଛି । ଏହି ଶୋ’କୁ ଦର୍ଶକ ମାନଙ୍କୁ ସେମାନଙ୍କ ସିଟ୍ ଧାରରେ ବସି ରହିବା ପାଇଁ ପ୍ରସ୍ତୁତ କରାଯାଇଛି କାରଣ ସମସ୍ତ ଆକ୍ସନ୍ ସ୍ୱତନ୍ତ୍ର ଭାବେ ଏକ ଇଂଟେରୋଗେଶନ ରୁମ୍ ମଧ୍ୟରେ ଆବଦ୍ଧ ହୋଇ ରହିଥାଏ । ଏହାପରେ କାହାଣୀଟିକୁ ଫ୍ଲାଶ୍ବ୍ୟାକ୍ ଓ ମନୋରଞ୍ଜନ ସହିତ ନିର୍ମାଣ କରାଯାଇଛି ଯାହା ଦର୍ଶକମାନଙ୍କୁ ଅପରାଧ ଘଟିଥିବା ସ୍ଥାନକୁ ନେଇଯାଇଥାଏ ଏବଂ ସନ୍ଦିଗ୍ଧ ଓ ପୀଡିତଙ୍କ ମଧ୍ୟରେ କଥାବର୍ତାକୁ ପ୍ରଦର୍ଶିତ କରିଥାଏ । ଏହି ଶୋ’ ଏବେ ଫ୍ଲିପ୍କାର୍ଟ ଆପ୍ରେ ଲାଇଭ୍ ରହିଛି ଏବଂ ଉପଭୋକ୍ତାମାନେ ଫ୍ଲିପ୍କାର୍ଟ ଆପ୍ର ହୋମ୍ପେଜ୍ର ଡାହାଣ ପାଶ୍ୱର୍ର ତଳ ଭାଗରେ ଥିବା ଭିଡିଓ ଆଇକନ୍ ଉପରେ କ୍ଲିକ୍ କରି ଏହି ଶୋ’ ଦେଖିପାରିବେ ।
ପ୍ରତିଦିନ ପ୍ରକାଶିତ ହେଉଥିବା ପ୍ରତ୍ୟେକ ଅଧ୍ୟାୟ ଏକ ସ୍ୱତନ୍ତ୍ର ମାମଲା ହେବ, ଯାହାକି ଇନ୍ସପେକ୍ଟର ବିକ୍ରାନ୍ତଙ୍କ ନେତୃତ୍ୱାଧୀନ ପୋଲିସ୍ ଅନୁସନ୍ଧାନକାରୀଙ୍କ ଏକ ଦଳ ଦ୍ୱାରା ଏକାଧିକ ସନ୍ଦିଗ୍ଧମାନଙ୍କ ପଚରାଉଚୁରା ପ୍ରକ୍ରିୟା ଉପରେ ଆଧାରିତ ରହିଛି । ଥିଏଟର ଓ ଚଳଚିତ୍ର ଅଭିନେତା କେ.ସି ଶଙ୍କର ଏହି ଇନ୍ଭେଷ୍ଟିଗେଟିଭ୍ ସିରିଜ୍ରେ ଇନ୍ସପେକ୍ଟର ବିକ୍ରାନ୍ତ ଭୂମିକାରେ ଅଭିନୟ କରିଛନ୍ତି ଯିଏକି ହେଉଛନ୍ତି ବିସ୍ତୃତ ତଥ୍ୟ ଉପରେ ଏକ ତୀକ୍ଷ୍ଣ ନଜର ଓ ଜଟିଳ ଅପରାଧଗୁଡିକର ସମାଧାନର ଅଭିଜ୍ଞତା ସହିତ ଜଣେ ଦକ୍ଷ ପୋଲିସ୍ ଅଧିକାରୀ । ଏହି ରୋମାଂଚକର ସିରିଜ୍ ନିଜ ଫୋନ୍ ମାଧ୍ୟମରେ ଦର୍ଶକମାନଙ୍କୁ ସେମାନଙ୍କର ଗେମ୍ ଫେସ୍କୁ ସାମିଲ କରିବା , ସନ୍ଦିଗ୍ଧମାନଙ୍କର ପ୍ରତ୍ୟେକ ଗତିବିଧିକୁ ବିଶ୍ଲେଷଣ କରିବା, ଦୋଷୀଙ୍କୁ ଚିହ୍ନଟ କରିବା ଓ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ପ୍ରଦାନ କରୁଛି ।
ଫ୍ଲିପ୍କାର୍ଟ ଭିଡିଓ ସହିତ ନିଜର ସହଭାଗିତା ଉପରେ ମତ ରଖି ଅଭିନେତା କେ.ସି ଶଙ୍କର କହିଛନ୍ତିଯେ, “କାଳ୍ପନିକ ଅପରାଧିକ କାହାଣୀ ହେଉଛି ଏଭଳି ଏକ ଧାରା ଯାହା କେବଳ ଦେଖିବା ପାଇଁ ନୁହେଁ ବରଂ ଏହା ଉପରେ କାମ କରିବା ମଧ୍ୟ ଆହ୍ୱାନପୂର୍ଣ୍ଣ । ମୁଁ କ୍ରାଇମ୍ ଷ୍ଟୋରିଜ୍ର ଅଂଶ ହୋଇଥିବାରୁ ଖୁବ୍ ଉତ୍ସାହିତ ରହିଛି- ଏହା ହେଉଛି ଏକ ସ୍ୱତନ୍ତ୍ର ଫର୍ମାଟ୍ରେ ଥିବା ମୋର ପ୍ରଥମ ଇଂଟରାକ୍ଟିଭ୍ , ପୋଲିସ୍ ପ୍ରକ୍ରିୟାକରଣ ଶୋ, ଯାହା ନିଶ୍ଚିତ ରୂପେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହା ସହ ବାନ୍ଧି ରଖିବ । ଇନ୍ସପେକ୍ଟର ବିକ୍ରାନ୍ତର ଭୂମିକାକୁ ନିଭାଇବା ମୋ ପାଇଁ ଏକ ଆହ୍ୱାନପୂର୍ଣ୍ଣ ତଥାପି ଚମତ୍କାର ଅନୁଭୂତି ଥିଲା । ଦର୍ଶକମାନେ ଫ୍ଲିପ୍କାର୍ଟ ଆପ୍ରେ ଟ୍ୟୁନ୍ କରିବା, ସନ୍ଦିଗ୍ଧମାନଙ୍କୁ ବିଶ୍ଳେଷଣ କରିବା ଓ ମୋ ସହ ଅପରାଧିମାନଙ୍କୁ ଧରିବା ସହିତ ଆକର୍ଷଣୀୟ ପୁରସ୍କାର ଜିତିବା ପାଇଁ ମୁଁ ଅପେକ୍ଷା କରିଛି ।’
Comments are closed.