ଓଡିଶା ସମେତ ୮ ରାଜ୍ୟରେ ଭୀଷଣ ଧୂଳିଝଡ ସହ ବର୍ଷା ହେବାର ଅନେକ ସମ୍ଭାବନା

Share It

ସାରା ଦେଶରେ ପାଗ ବଦଳିଯାଇଛି ଦିଲ୍ଲୀ-ଏନସିଆର, ୟୁପି ଏବଂ ଛତିଶଗଡ଼ରେ ଗୁରୁବାର ରାତିରେ ବଜ୍ରପାତ, ପ୍ରବଳ ବର୍ଷା ଏବଂ ବଜ୍ରପାତ ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀ-ୟୁପିରେ ଜଣ ଲେଖାଏଁ ଏବଂ ଛତିଶଗଡ଼ରେ ଜଣଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀ-ଏନସିଆରରେ ଏବେ ବି ପ୍ରବଳ ପବନ ଧୂଳିଝଡ଼ ଜାରି ରହିଛି। ତଳିଆ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀ ବିମାନବନ୍ଦରରୁ ୧୦୦ରୁ ଅଧିକ ବିମାନ ବିଳମ୍ବିତ ହୋଇଥିବା ବେଳେ ୩ଟି ବିମାନର ଗତିପଥ ପରିବର୍ତ୍ତନ କରିବାକୁ ପଡ଼ିଛି। ଏହା ପୂର୍ବରୁ ଗୁରୁବାର ପଶ୍ଚିମବଙ୍ଗର ସାଣ୍ଡକଫୁରେ ପୁଣି ଥରେ ତୁଷାରପାତ ହୋଇଥିଲା। ଜମ୍ମୁରେ ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କୁ ଗରମରୁ ମୁକ୍ତି ମିଳିଛି। ପାଣିପାଗ ବିଭାଗ ପକ୍ଷରୁ ଆଜି ରାଜସ୍ଥାନର ୩୦ଟି ଜିଲ୍ଲା ପାଇଁ ବଜ୍ରପାତ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏହା ପୂର୍ବରୁ ଗୁରୁବାର ଜୟପୁର, ଜୈସଲମେର, ଭିଲଓ୍ଵାରା ପାଲିରେ ଘଡ଼ଘଡ଼ି ସହ ବର୍ଷା ହୋଇଥିବା ବେଳେ ଅନେକ ସ୍ଥାନରେ ବଜ୍ରପାତ ହୋଇଥିଲା।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଶୁକ୍ରବାର ମଧ୍ୟପ୍ରଦେଶ, ଛତିଶଗଡ଼, ଉତ୍ତରାଖଣ୍ଡ, ଓଡ଼ିଶା, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ବର୍ଷା ହୋଇପାରେ। ସେହିପରି ରାଜସ୍ଥାନ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଓ ପଞ୍ଜାବରେ ଧୂଳିଝଡ଼ ହେବ।


Share It

Comments are closed.