ନରେନ୍ଦ୍ର ପୁଷ୍କରିଣୀରୁ ବାହାର କରାଗଲା ୫ ଡଙ୍ଗା, ଅକ୍ଷୟ ତୃତୀୟାରୁ ୨୧ଦିନ ଧରି ହେବ ଚନ୍ଦନ ଯାତ୍ରା
ପୁରୀ,୦୨/୦୪:ଆସନ୍ତା ୨୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ଠାରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ବା ଜଳକ୍ରୀଡ଼ା ଆରମ୍ଭ ହେବ ।ବିଧି ଓ ପରମ୍ପରା ଅନୁଯାୟୀ ଚୈତ୍ର ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ଚାପ ଡଙ୍ଗାକୁ ନରେନ୍ଦ୍ର ପୁଷ୍କରିଣୀ ଜଳରାଶିରୁ ଉପରକୁ ବାହାର କରାଯାଇଛି । ଭୋଇ ସେବକ ମାନେ ୫ଟି ଡଙ୍ଗା ନନ୍ଦା, ଭଦ୍ରା ଓ ବୈଜୟନ୍ତୀକୁ ନରେନ୍ଦ୍ର ପୁଷ୍କରିଣୀ ଜଳ ରାଶି ଭିତରୁ ଉପରକୁ ଆଣିଛନ୍ତି । ଏହାକୁ ଖରାରେ ଶୁଖାଯିବା ପରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏକ ମିଶ୍ରଣ ତଥା ପିଚୁ ରାଳ, ଝୁଣାକୁ ଗରମ କରାଯାଇ ଏକ ମିଶ୍ରଣ ପ୍ରସ୍ତୁତ କରାଯାଇ ଡଙ୍ଗାରେ ପ୍ରଲେପ ଦିଆଯିବା । ଯାହାକି ଡଙ୍ଗାକୁ ସୁରକ୍ଷିତ ରଖିବ ।
ଗତବର୍ଷ ଚନ୍ଦନ ଯାତ୍ରା ସରିବା ପରେ ଏହି ଡଙ୍ଗା ଗୁଡିକ ନରେନ୍ଦ୍ର ପୁଷ୍କରିଣୀରେ ବୁଡାଇ ରଖାଯାଇଥିବା ବେଳେ ଗୁରୁବାର ସକାଳୁ ୩୦ଜଣ ଭୋଇ ସେବାୟତ ଅକ୍ଳାନ୍ତ ପରିଶ୍ରମ କରି ଏହି ପାଞ୍ଚୋଟି ଡଙ୍ଗାକୁ ପାଣି ଭିତରୁ କାଢ଼ିଛନ୍ତି ।

Comments are closed.