ବିଶ୍ୱ ଚାମ୍ପିଅନ୍ ଆର୍ଜେଣ୍ଟିନାକୁ ମିଳିଲା ଏତେ କୋଟି ଟଙ୍କା

Share It

ଫିଫା ବିଶ୍ୱକପ ୨୦୨୨ (FIFA World Cup 2022) ର ଫାଇନାଲ ମ୍ୟାଚ୍ (FIF World Cup Fianl) ଗତକାଲି (ରବିବାର) ଅର୍ଥାତ୍ ୧୮ ଡିସେମ୍ବରରେ ଖେଳାଯାଇଛି । କାତାରର ଲୁସେଲ ଷ୍ଟାଡିୟମରେ ଆର୍ଜେଣ୍ଟିନା ଓ ଫ୍ରାନ୍ସର ଦଳ (Argentina vs France Final) ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ ୪-୨ରେ ଫିଫା ବିଶ୍ୱକପ ୨୦୨୨ ଜିତିଛି । ଏହି ବିଜୟ ସହିତ ଲିଓନେଲ ମେସି (Lionel Messi) ଙ୍କ ବିଶ୍ୱକପ ଜିତିବାର ସ୍ୱପ୍ନ ପୂରଣ ହୋଇଛି । ଫୁଟବଲ ଦୁନିଆର ସବୁଠାରୁ ଲୋକପ୍ରିୟ ଖେଳ ବୋଲି ମନେ କରାଯାଏ, ତେଣୁ ସମଗ୍ର ଦୁନିଆ ଫିଫା ବିଶ୍ୱକପ ୨୦୨୨ ଉପରେ ନଜର ରଖିଥିଲା ।

ବିଶ୍ୱକପ୍ ଟ୍ରଫି ଜିତୁଥିବା ଦଳ ଟାଇଟଲ୍ ସହିତ କୋଟି କୋଟି ଟଙ୍କା ଜିତି ନେଇଛି । ଫିଫା ବିଶ୍ୱକପର ପୁରସ୍କାର ରାଶି ବହୁତ ଅଧିକ ଓ କେବଳ ବିଜେତା ଦଳ ନୁହେଁ ରନର୍ ଅପ୍ ଦଳ ମଧ୍ୟ ମାଲାମାଲ ହୋଇଛି । ଫୁଟବଲ ବିଶ୍ୱକପ (Football World Cup) ର ଏହା ୨୨ତମ ସଂସ୍କରଣ ଥିଲା, ଯେଉଁଥିରେ ପ୍ରାୟ ୩.୬ ହଜାର କୋଟି ଟଙ୍କା ପୁରସ୍କାର ରାଶି ବଣ୍ଟନ କରାଯାଇଛି । ଯଦି ଆମେ ଏହାକୁ କ୍ରିକେଟରେ ଟି-20 ବିଶ୍ୱକପ୍ (T20 World Cup Prize Money) ଓ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL Prize Money) ସହିତ ତୁଳନା କରୁ, ତେବେ ଏହା ବହୁତ ଅଧିକ ।
ଫିଫା ବିଶ୍ୱକପର ପୁରସ୍କାର ରାଶି

ଚାମ୍ପିଅନ୍- ୩୪୨.୩ କୋଟି ଟଙ୍କା
ରନର୍ ଅପ୍- ୨୪୫ କୋଟି ଟଙ୍କା
ତୃତୀୟ ସ୍ଥାନ- ୨୨୦ କୋଟି ଟଙ୍କା
ଚତୁର୍ଥ ସ୍ଥାନ- ୨୦୪ କୋଟି ଟଙ୍କା
୫-୮ ତମ ସ୍ଥାନ- ୧୩୮ କୋଟି
୯-୧୬ ତମ ସ୍ଥାନ- ୧୦୬ କୋଟି
୧୭-୩୨ ତମ ସ୍ଥାନ- ୭୪ କୋଟି


Share It

Comments are closed.