ନୋକିଆର ଦୁଇ ନୂଆ ୪ଜି ଫିଚର ଫୋନ୍ ନୋକିଆ ୧୨୫ ଓ ନୋକିଆ ୨୨୫ ଉନ୍ମୋଚିତ


ଭୁବନେଶ୍ୱର: ନୋକିଆ ବ୍ରାଣ୍ଡ୍‌ର ଫୋନ୍ ବିକ୍ରି କରୁଥିବା ସଂସ୍ଥା ଏଚ୍‌ଏମ୍‌ଡି ଗ୍ଲୋବାଲ୍ ପକ୍ଷରୁ ଦୁଇଟି ନୂଆ ଫିଚର ଫୋନ ନୋକିଆ ୧୨୫ ଓ ନୋକିଆ ୨୨୫ ବିଷୟରେ ଘୋଷଣା କରାଯାଇଛି । ଉଭୟ ଫୋନ୍‌ରେ ୪ଜି ସଂଯୋଗ ରହିଛି । ଏଥିରେ ଥିବା ଭୋଲ୍‌ଟି ନେଟୱର୍କ ଯୋଗୁଁ କଥା ଅଧିକ ସ୍ପଷ୍ଟ ଶୁଣାଯିବ ଏବଂ ଏଥିରେ ସୋସିଆଲ ମିଡିଆକୁ ସହଜରେ ବ୍ରାଉଜ କରିହେବ ଏବଂ ଗେମ୍ ମଧ୍ୟ ଖେଳିହେବ । ନୋକିଆ ୧୨୫ ହେଉଛି ଭରସାଯୋଗ୍ୟ ଏବଂ ଦୀର୍ଘସ୍ଥାୟୀ । ଏହା ଠାରୁ ଅଧିକ କିଛି ଆଶା କରୁଥିବା ଗ୍ରାହକମାନଙ୍କ ପାଇଁ ଆସିଛି ନୋକିଆ ୨୨୫ ଯେଉଁଥିରେ କ୍ୟାମେରା ସୁବିଧା ରହିଛି । ଏହାକୁ ଗ୍ଲସି ହାର୍ଡ କୋଟେଡ. ହାଇ-ଏଣ୍ଡ୍ ଫିନିସ ପ୍ରଦାନ କରାଯାଇଛି । ଏଥିରେ ଲମ୍ବା ବ୍ୟାଟେରି ସମୟ ରହିଥିବାରୁ ଯେକୌଣସି ସ୍ଥାନକୁ ଯିବା ବେଳେ ଅଧିକ ମନୋରଂଜନ ହୋଇପାରିବ । ଏଫ୍‌ଏମ୍ ରେଡିଓ ସୁବିଧା ମଧ୍ୟ ରହିଛି ।
ଏହି ଅବସରରେ ଜୁହୋ ସର୍ବିକାଶ, ମୁଖ୍ୟ ଉତ୍ପାଦ ଅଧିକାରୀ ଓ ଉପାଧ୍ୟକ୍ଷ, ଉତର ଆମେରିକା, ଏଚଏମ୍‌ଡି ଗ୍ଲୋବାଲ୍ କହିଛନ୍ତି ଯେ, “ବଜାରର ଅଗ୍ରଣୀ ଫିଚର ଫୋନ୍ ସଂସ୍ଥା ଭାବେ ଆମର ଅଭିଜ୍ଞତା ଆମକୁ ଜଣାଉଛି ଯେ ଯୋଗାଯୋଗରେ ରହିବା ଲାଗି ଗାହକଙ୍କୁ କ’ଣ ଦରକାର ।ନେଟୱର୍କରେ ବିକାଶ ହେଉଥିବା ବେଳେ କମ୍ ଖର୍ଚରେ ଯେଭଳି ଲୋକମାନେ ଯୋଗାଯୋଗରେ ରହିପାରିବେ ତାହା ନିଶ୍ଚିତ କରିବା ଆମର ଦାୟିତ୍ୱ । ମୂଲ୍ୟ ସହିତ ସାଲିସ ନକରି ଆମେ ନୋକିଆ ୧୨୫ ଓ ନୋକିଆ ୨୨୫ରେ ୪ଜି ଆଣି କମ୍ ମୂଲ୍ୟରେ ବିଶ୍ୱ ସ୍ତରୀୟ ସଂଯୋଗ ପ୍ରଦାନ କରିବା ଲାଗି ରହିଥିବା ଲକ୍ଷ୍ୟ-ଯାହା ଜରିଆରେ ବିଲିଅନରୁ ଅଧିକ ଲୋକ ସଂଯୋଗରେ ରହିପାରିବେ ସେହି ଦିଗରେ ଆମେ ଆଉ ଏକ ପାଦ ବଢ଼ାଇଛୁ । ଉଭୟ ଫୋନ୍‌ର ଲୁକ୍ ଆଧୁନିକ ଓ ଏର୍ଗୋନୋମିକ୍ ଡିଜାଇନ୍ ଗ୍ରାହକଙ୍କ ବିବିଧ ଆବଶ୍ୟକତାକୁ ପୂରଣ କରିବ ।’’
ଏଚଏମ୍‌ଡି ଗ୍ଲୋବାଲ୍ ଉପାଧ୍ୟକ୍ଷ ସନମିତ ସିଂହ କହିଛନ୍ତି ଯେ, “ଭାରତରେ ନୋକିଆ ଫିଚର ଫୋନ୍ ପାଇଁ ଭଲ ପାଇବା ବଜାୟ ରହିଛି । ଆମେ ଗ୍ରାହକଙ୍କ ପାଇଁ ନୋକିଆ ୧୨୫ ଓ ନୋକିଆ ୨୨୫ ଆଣି ଅତ୍ୟନ୍ତ ଉତ୍ସାହିତ । ଏହି ଦୁଇ ଫୋନ୍ ହେଉଛି ସୁଲଭତା, ଆଧୁନିକ ଓ ୪ଜି ଯୋଗାଯୋଗର ମିଶ୍ରଣ । ଏହି ଦୁଇ ନୂଆ ଫୋନ୍ ନୋକିଆ ଡଟ୍ କମ୍ ଓ ଫ୍ଲିପ୍‌କାର୍ଟରେ ଉପଲବ୍ଧ ହେବ । ଏହା ଷ୍ଟୋର୍‌ଗୁଡ଼ିକରେ ମଧ୍ୟ ବିକ୍ରି ହେବ ।’’
ନୋକିଆ ୨୨୫ ଓ ନୋକିଆ ୨୧୫କୁ ଅକ୍ଟୋବର ୨୩ରୁ ଅନଲାଇନ୍‌ରେ କିଣିହେବ । ନୋକିଆ ୨୨୫ ନଭେମ୍ବର ୬ରୁ ଓ ନୋକିଆ ୨୧୫ ନଭେମ୍ବର ୧୮ରୁ ଷ୍ଟୋର୍‌ଗୁଡ଼ିକରେ ଉପଲବ୍ଧ ହେବ । ନୋକିଆ ୨୧୫ର ଦାମ୍ ୨୯୪୯ ଟଙ୍କା ଓ ନୋକିଆ ୨୨୫ର ଦାମ୍ ୩୪୯୯ ଟଙ୍କା ରହିିଛି ।


Share It

Comments are closed.