ରଶ୍ମିକା ମନ୍ଦନାଙ୍କ ଏହି ବିଜ୍ଞାପନ ଦେଖି ନିରାଶ ହେଲେ ପ୍ରଶଂସକ, କହିଲେ -ଏଭଳି ତୁମ ଠାରୁ ଆଶା ନଥିଲା
ସାଉଥ୍ ସିନେମାର ନେସନାଲ୍ କ୍ରସ୍ ଅଭିନେତ୍ରୀ ରଶ୍ମିକା ମନ୍ଦନା ପୁଣି ଥରେ ଚର୍ଚ୍ଚାରେ। ଏଥର କିନ୍ତୁ କୌଣସି ପ୍ରୋଜେକ୍ଟକୁ ନେଇ ନୁହେଁ ବରଂ ବଲିଉଡ ଅଭିନେତା ବିକି କୌଶଲଙ୍କ ସହ କରିଥିବା ଏକ ବିଜ୍ଞାପନ ପାଇଁ, ଯେଉଁଥିରେ ସେ ଏକ ଅଣ୍ଡର୍ ୱେୟାର୍ ବିଜ୍ଞାପନରେ ନଜର ଆସିଛନ୍ତି। ଏଥିରେ ସେ ଅଭିନେତାଙ୍କ ଅଣ୍ଡର୍ ୱେୟାର ଦେଖି ଫିଦା ହୋଇଯାଇଥିବା ଦେଖାଯାଇଛନ୍ତି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ତୀବ୍ର ସମାଲୋଚିତ ହେଉଛି। ନ୍ୟାସନାଲ କ୍ରଶଙ୍କ ଠାରୁ ଏହା ଆଶା କରାଯାଇ ନଥିଲା ବୋଲି କୁହାଯାଉଛି।
ଏହି ବିଜ୍ଞାପନରେ ଦେଖାଯାଇଛି ଯେ ଅଭିନେତ୍ରୀ ଏବଂ ବିକି ଯୋଗ ସେସନରେ ନଜର ଆସିଛନ୍ତି। ଭିଡିଓରେ ଏହା ଦେଖାଯାଇଛି ଯେ ଯେତେବେଳେ ବିକି ଯୋଗ କରୁଛନ୍ତି, ତାଙ୍କ ପ୍ୟାଣ୍ଟ ଖସିଯାଇଛି ଏବଂ ତାଙ୍କ ଅଣ୍ଡର୍ ୱେୟାର ଷ୍ଟ୍ରିପ୍ ଦେଖାଯାଉଛି, ଯାହାକୁ ଦେଖି ଅଭିନେତ୍ରୀ ତାଙ୍କ ରୋମାଣ୍ଟିକ୍ ଷ୍ଟାଇଲ୍ ଦେଖାଇଛନ୍ତି। ଏହା ସହିତ, ରଶ୍ମିକା ପରଦିନ ଅଣ୍ଡର୍ ୱେୟାରର ଷ୍ଟ୍ରିପ୍ ଦେଖିବାକୁ ପୁଣି ପ୍ଲାନ୍ କରିଛନ୍ତି। ଏହି ପୁରା ବିଜ୍ଞାପନକୁ ଦେଖି ଲୋକମାନେ ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ସେମାନେ ଏହାକୁ ତୀବ୍ର ସମାଲୋଚନା କରିବା ସହିତ ଅଭିନେତ୍ରୀଙ୍କୁ କମେଣ୍ଟ କରୁଛନ୍ତି।
One of the cheapest ads I have seen in recent times…
Actresses like @iamRashmika might be ruining it for gals out there…
I don't think any gal will get so excited to see someone's macho… https://t.co/GcOVdb4lDu
— Vivek Nair – The Thrifty Marketer (@vivektweetsso) September 25, 2021
ଜଣେ ୟୁଜର୍ ଲେଖିଛନ୍ତି, ‘ଡିୟର୍ ରଶ୍ମିକା ମନ୍ଦନା, ମୁଁ ତୁମର ବିଜ୍ଞାପନ ଦେଖିଲି, ଏହା ମୋ ପାଇଁ ଅତ୍ୟନ୍ତ ନିରାଶାଜନକ ଥିଲା। ମୁଁ ତୁମଠାରୁ ଏହା କେବେ ଆଶା କରି ନ ଥିଲି। ତୁମେ ଏହା କରିପାରିବେ ନାହିଁ କାରଣ ତୁମେ ଜଣେ ନେସନାଲ୍ କ୍ରସ୍, ଲକ୍ଷ ଲକ୍ଷ ହୃଦୟକୁ ଜିତୁଛ। ସେହିପରି ଅନ୍ୟଜଣେ ଅଭିନେତ୍ରୀଙ୍କ ବିଜ୍ଞାପନକୁ ସବୁଠାରୁ ଶସ୍ତା ବୋଲି କହିଛନ୍ତି। ସେ ଲେଖିଛନ୍ତି, ‘ମୁଁ ଏହା ଅନେକ ଥର ଦେଖିଛି। ରଶ୍ମିକା ମନ୍ଦନାଙ୍କ ପରି ଅଭିନେତ୍ରୀମାନେ ଝିଅମାନଙ୍କ ଉପରେ ଖରାପ ପ୍ରଭାବ ପକାଉଛନ୍ତି। ମୁଁ ଏହା ଭାବୁ ନାହିଁ ଯେ କୌଣସି ଝିଅ ଏହା ଦେଖି ଉତ୍ସାହିତ ହେବେ।’ ଏହିପରି ଲୋକମାନେ ବହୁତ କମେଣ୍ଟ ଦେଉଛନ୍ତି। ରଶ୍ମିକାଙ୍କ ସହ ଲୋକମାନେ ବିଜ୍ଞାପନକୁ ମଧ୍ୟ ସମାଲୋଚନା କରୁଛନ୍ତି।
dear @iamRashmika i saw your ad #machosporto and its realy disappointed me, i never expected this from you , you can't do this bcs you are a national crush and heart of millions, sorry if i said any wrong thing..
keep smiling and be happy— राaहुल Chugh (@IMRahullchugh) September 19, 2021
Comments are closed.