ହାର୍ଦ୍ଦିକଙ୍କ ଝଲକ ପାଇବା ପାଇଁ ପଡିଆ ମଝିକୁ ଧସେଇ ପସିଲେ ପ୍ରଶଂସକ, ଭିଡିଓ ଭାଇରାଲ


ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦିକ ପାଣ୍ଡିଆ ବେଶ ଲୋକପ୍ରିୟ ଅଟନ୍ତି । ହାର୍ଦ୍ଦିକ, ଗତ ବର୍ଷ ଲଣ୍ଡନରେ ନିଜର ଲୋୟର ବ୍ୟାକ ସର୍ଜରୀ କରିଥିବାବେଳେ ସେଥିପାଇଁ କ୍ରିକେଟରୁ ସେ ଅନେକ ସମୟ ଧରି ଦୂରେଇ ରହିଥିଲେ । ଏହି ମଧ୍ୟରେ ପାଣ୍ଡିଆ ଡା. ଡିୱାଇ ପାଟିଲ ଟି-୨୦ ଟୁର୍ଣ୍ଣାମେଣ୍ଟରେ ପଡିଆକୁ ପୁଣିଥରେ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ସେ ରିଲାଏନ୍ସ ୱାନ ପକ୍ଷରୁ କ୍ରିକେଟ ଖେଳଥିବାର ନଜର ଆସିଥିଲେ । ପାଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିବାବେଳେ ଅନ୍ୟପଟେ ସେମିଫାଇନାଲରେ ତାଙ୍କର କେବଳ ଝଲକ ପାଇବା ପାଇଁ ତାଙ୍କ ପ୍ରଶଂସକ ପଡିଆରେ ହଙ୍ଗମା ମଚେଇ ଦେଇଥିଲେ ।

ବିପିସିଏଲ ବିପକ୍ଷରେ ପାଣ୍ଡିଆ ୫୫ଟି ବଲରେ ୧୫୮ ରନର ଧୂଆଁଧାର ଇଂନିସ ଖେଳିଥିବାବେଳେ ଏହି ଇଂନିସରେ ସେ ନଟଆଉଟ ମଧ୍ୟ ରହିଥିଲେ । ମ୍ୟାଚ ପରେ ପଡିଆର ସମସ୍ତ ପ୍ରଶଂସକ ଏକାଠି ହୋଇଯାଇଥିବାବେଳେ ସମସ୍ତଙ୍କ ମୁହଁରେ କେବଳ ହାର୍ଦିକ ନାମ ଥିଲା । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାବେଳେ ଶୁକ୍ରବାର ଦିନ ଖେଳାଯାଇଥିବା ଏହି ସେମିଫାଇନାଲ ମ୍ୟାଚରେ ସେ ୨୦ଟି ଛକା ସହ ୫୫ଟି ବଲରେ ଧୂଆଁଧାର ଇଂନିସ ମଧ୍ୟ ଖେଳିଥିଲେ । ମ୍ୟାଚ ପରେ ହଜାର ସଂଖ୍ୟାକ ପ୍ରଶଂସକମାନେ ପଡିଆକୁ ଓହ୍ଲାଇ ଆସିଥିଲେ ଏବଂ ହାର୍ଦିକ ହାର୍ଦିକ ଚିତ୍କାର କରିବାକୁ ମଧ୍ୟ ଲାଗିଥିଲେ ।


Share It

Comments are closed.