ଲକ୍ଡାଉନରେ ମୁଣ୍ଡରେ ଗାମୁଛା ବାନ୍ଧି କ୍ଷେତରେ ଚାଷ କରୁଥିଲେ ନବାଜୁଦ୍ଦିନ, ଭିଡିଓ ଭାଇରାଲ
ଲକଡାଉନ ଯୋଗୁଁ ସମସ୍ତ ଫିଲ୍ମ ସୁଟିଙ୍ଗ ସ୍ଥଗିତ ରଖାଯାଇଛି । ବଲିଉଡ ଅଭିନେତା ନବାଜୁଉଦ୍ଦିନ ସିଦ୍ଦିକି ଲକଡାଉନ ମଧ୍ୟରେ ନିଜ ପୈତୃକ ଘରକୁ ଯାଇଛନ୍ତି । ସେଠାରେ ସେ ଚାଷ କାମ କରୁଛନ୍ତି । ଚାଷୀଙ୍କ ଭଳି ମୁଣ୍ଡରେ ଗାମୁଛା ବାନ୍ଧି କ୍ଷେତରେ କାମ କରୁଛନ୍ତି । କ୍ଷେତରେ ଚାଷ କାମ କରୁଥିବା ଏକ ଭିଡିଓ ସେ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ନବାଜୁଦ୍ଦିନଙ୍କ ଏହି ଭିଡିଓକୁ ତାଙ୍କ ପ୍ରଶଂସକ ଖୁବ ପସନ୍ଦ କରିଛନ୍ତି ।
ପ୍ରଶଂସକ ତାଙ୍କ ଭିଡିଓରେ ସକାରାତ୍ମକ ପ୍ରତିକ୍ରିୟା ରଖିଛନ୍ତି । ଚାଷ କାମ କରି ସାରିବା ପରେ କ୍ଷେତରେ ହାତ ଧୋଉଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । ମେ ୧୯ ତାରିଖରେ ନିଜ ଜନ୍ମଦିନ ପାଳନ କରିବାକୁ ସେ ପ୍ରତିବର୍ଷ ନିଜ ପୈତୃକ ଗାଁ ବୁଢାନା ଆସନ୍ତି । ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ଲକଡାଉନ ଲାଗୁ ହୋଇଥିବାରୁ ବିଶେଷ ଅନୁମତି ନେଇ ବୁଢାନା ପହଞ୍ଚିଥିଲେ ଏବଂ ହୋମ କ୍ଵାରେଣ୍ଟାଇନରେ ଥିଲେ । ସେହିଦିନରୁ ସେ ବୁଢାନାରେ ଅଛନ୍ତି ।
ତାଙ୍କ ଭାଇ ଫୈଜୁଦ୍ଦିନ ସିଦ୍ଦିକି କହିଛନ୍ତି ଯେ, ଡିସେମ୍ବର ୭ ତାରିଖରେ ତାଙ୍କ ସାନ ଭଉଣୀ ସାୟମା ସିଦ୍ଦିକିଙ୍କ ନିଧନ ହୋଇଥିଲା । ସେଥିପାଇଁ ଚଳିତବର୍ଷ ସେ ନିଜ ଜନ୍ମଦିନ ଓ ଇଦ ପର୍ବ ପାଳନ କରିନାହାନ୍ତି । ନବାଜୁଉଦ୍ଦିନ ଏଥର ନିଜ ପତ୍ନୀ ଓ ପିଲାଙ୍କୁ ବୁଢାନାକୁ ଆଣି ନାହାନ୍ତି । ସେ ନିଜ ଭାଇ ଓ ମାଙ୍କ ସହିତ ଆସିଛନ୍ତି । ପ୍ରଶଂସକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ସେ ଦୁରେଇ ରହିଛନ୍ତି । କ୍ଷେତରେ କାମ କରିବା ପାଇଁ ନବାଜୁଉଦ୍ଦିନ ଏମିତି ସମୟ ବାହାର କରନ୍ତି ଯେପରିକି କାହାକୁ ଜଣା ନ ପଡୁ । ତେବେ ସେ କେଉଁ ସମୟରେ କ୍ଷେତକୁ ଯାଆନ୍ତି ଏବଂ କେଉଁ ସମୟରେ ଆସନ୍ତି ତାହା କେହି ଜାଣି ନାହାନ୍ତି ।
Comments are closed.