ଗୁଜବକାରୀ ହୋଇଯାଅ ସାବଧାନ, ମିଛ ଖବର ପ୍ରସାର କଲେ ଯିବ ଜେଲ

Share It

କଟକ : କଟକ ସହର ପୁଲିସ ପକ୍ଷରୁ ସମସ୍ତ ସହରବାସୀଙ୍କୁ ସଚେତନତା ଓ ସୁରକ୍ଷା ସନ୍ଦେଶ ଜାରି କରାଯାଇଛି। ଆଗାମୀ ଦିନଗୁଡ଼ିକରେ ଜନସମାଗମ ଓ ବିଭିନ୍ନ ପୂଜା ପାର୍ବଣୀକୁ ଦୃଷ୍ଟିରେ ସହରରେ ଶାନ୍ତି-ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ବିଶେଷ ବ୍ୟବସ୍ଥା ନିଆଯାଇଛି।


ସେଥିପାଇଁ କଟକ ସହରାଞ୍ଚଳ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି ଯେ, “ସୋସିଆଲ୍ ମିଡିଆ ମାଧ୍ୟମରେ ଅସତ୍ୟ ଖବର, ଅଫବାହ କିମ୍ବା ଉତ୍ତେଜକ ପୋଷ୍ଟ ଶେୟର କରିବା ଅପରାଧ। ଯେକୌଣସି ପ୍ରକାରର ଅସାମାଜିକ କାର୍ଯ୍ୟକଳାପ କିମ୍ବା ଶାନ୍ତି ଭଙ୍ଗ କରିବା ଚେଷ୍ଟା ଉପରେ କଟକଣା ହେବ। ସହରବାସୀଙ୍କୁ ଅନୁରୋଧ ଯେକୌଣସି ସନ୍ଦେହଜନକ ଘଟଣା, ମେସେଜ୍ କିମ୍ବା ପୋଷ୍ଟ ଦେଖିଲେ ତୁରନ୍ତ ପୁଲିସଙ୍କୁ ସୂଚନା ଦିଅନ୍ତୁ।”
ଯଦି ଆପଣଙ୍କ ଜଣାନ୍ତରେ ଏପରି କୌଣସି ନିୟମ ଶୃଙ୍ଖଳା ଭଙ୍ଗ ହେବାର ଦେଖନ୍ତୁ ତେବେ ଏହି ସହାୟତା ୯୭୭୮୦୯୯୯୯୪, ୭୦୮୪୯୮୧୦୦୩ ନମ୍ବରରେ ଯୋଗାଯୋଗ କରିପାରିବେ ।


Share It

Comments are closed.