ସୁନ୍ଦରଗଡ଼ରେ ନକଲି ମୋବିଲ୍‌ କାରଖାନା ଠାବ – ପୋଲିସ୍‌ ଚଢ଼ାଉରେ ବିପୁଳ ଜବତ

Share It

ରାଉରକେଲା:ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅଞ୍ଚଳରେ ଏକ ନକଲି ମୋବିଲ୍‌ ତିଆରି କାରଖାନା ଠାବ ହୋଇଛି। ଏହି ଅବୈଧ କାରଖାନାରେ ବିଭିନ୍ନ ନାମୀଦାମୀ କମ୍ପାନୀର ନକଲି ମୋବିଲ୍‌ ତିଆରି ଏବଂ ବିକ୍ରି କରାଯାଉଥିବା ଅଭିଯୋଗ ମିଳିଥିଲା।

ପୋଲିସ୍‌ ଦ୍ୱାରା ଏକ ବୃହତ୍‌ ଅଭିଯାନ ଚାଲି ଏହି କାରଖାନାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ବିପୁଳ ପରିମାଣରେ ନକଲି ମୋବିଲ୍‌, ମୋବିଲ୍‌ ତିଆରି ସାମଗ୍ରୀ, ଷ୍ଟିକର, ଠିପି ଏବଂ ଏକ ଦାମୀ କାର ଜବତ କରାଯାଇଛି।

ଏହି ନକଲି ମୋବିଲ୍‌ଗୁଡ଼ିକ ସ୍ଥାନୀୟ ଗ୍ୟାରେଜ ଓ ବିଭିନ୍ନ ଅଞ୍ଚଳରେ କମ୍‌ ଦାମରେ ଯୋଗାଇ ଦିଆଯାଉଥିଲା। ଏହି ଚକ୍ରର ସମ୍ପୃକ୍ତତା କେଉଁଠି ଅଛି ଏବଂ ଅନ୍ୟ କେହି ଜଡିତ ଅଛନ୍ତି କି, ତାହା ନିମନ୍ତେ ତଦନ୍ତ ଜାରି ରହିଛି।


Share It

Comments are closed.