ଲୋକୋ ପାଇଲଟମାନଙ୍କୁ ଉତ୍କୃଷ୍ଟ ସୁବିଧା
ଭାରତୀୟ ରେଳପଥରେ କାର୍ଯ୍ୟରତ ଲୋକୋ ପାଇଲଟଙ୍କର କାର୍ଯ୍ୟ ପରିସ୍ଥିତିକୁ ଉନ୍ନତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରଯାଇଛି। ଗତ ୧୦ ବର୍ଷ ମଧ୍ୟରେ, ଲୋକୋ ପାଇଲଟମାନଙ୍କର ସମସ୍ତ ରନିଙ୍ଗ ରୁମକୁ ଏୟାର କଣ୍ଡିସନିଂ କରାଯିବା ସହ ଭଲ ଭାବରେ ସଜ୍ଜିତ କରାଯାଇଛି। ୨୦୧୪ ପୂର୍ବରୁ ଆଦୌ ରନିଙ୍ଗ ରୁମ ଏୟାରକଣ୍ଡିସନ ନଥିଲା। ଏହାସହ ଗତ ୧୦ ବର୍ଷ ମଧ୍ୟରେ ଅଧାରୁ ଅଧିକ ଲୋକୋ କ୍ୟାବିନଗୁଡ଼ିକୁ ଏରଗୋନୋମିକ ସିଟ, ଏୟାର କଣ୍ଡିସନିଂ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ସେବାଯୁକ୍ତ କରାଯାଇଛି। ସମସ୍ତ ନୂତନ ଲୋକୋମୋଟିଭରେ ଶୌଚାଳୟ ସ୍ଥାପନ କରାଯାଉଛି। ପୁରୁଣା ଲୋକୋମୋଟିଭ୍ଗୁଡ଼ିକୁ ଶୌଚାଳୟ ସହିତ ପୁନଃନର୍ମାାଣ କରାଯାଉଛି। ଏଥିପାଇଁ ଡିଜାଇନ ପରିବର୍ତ୍ତନ ମଧ୍ୟ କରାଯାଉଛି। ଅଧିକ ଟ୍ରାଫିକ ଥିବା ରୁଟ୍ଗୁଡ଼ିକରେ ନୂତନ ରନିଙ୍ଗ ରୁମ ନିର୍ମାଣ କରାଯାଉଛି। କୁହୁଡ଼ିରେ ସୁରକ୍ଷା ପାଇଁ କୁହୁଡ଼ି-ସୁରକ୍ଷା ଉପକରଣ, ସିଲ୍ଡ, ଡ୍ରାଇଭର ଆଲର୍ଟ ସିଷ୍ଟମ ଏବଂ ଉନ୍ନତ ବ୍ରେକିଂ ସିଷ୍ଟମ ଭଳି ପ୍ରଯୁକ୍ତିବିଦ୍ୟା ରେଳ ସୁରକ୍ଷାକୁ ଉନ୍ନତ କରିଛି ଏବଂ ଲୋକୋ ପାଇଲଟମାନଙ୍କୁ ମଧ୍ୟ ବହୁତ ସୁବିଧା ପ୍ରଦାନ କରିଛି। ଲୋକୋ କେବିନ ଗୁଡିକରେ ଉନ୍ନତ ସୁବିଧା, ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ ପର୍ଯ୍ୟାପ୍ତ ବିଶ୍ରାମ ସମୟ ପ୍ରଦାନ କରାଯାଉଛି।
ମାଲବାହୀ ଟ୍ରେନ, ଉପନଗରୀୟ ଟ୍ରେନ ଏବଂ ଯାତ୍ରୀବାହୀ ଏବଂ ମେଲ ଏକ୍ସପ୍ରେସ ଟ୍ରେନ ଚଲାଉଥିବା ଲୋକୋ ପାଇଲଟମାନଙ୍କ ପାଇଁ ଶୌଚାଳୟ ବିରତି ଏବଂ ଖାଦ୍ୟର ବ୍ୟବସ୍ଥା ଅଛି। ମାଲବାହୀ ଟ୍ରେନ ଗୁଡିକ ଅନେକ ଷ୍ଟେଶନ ଏବଂ ୟାର୍ଡରେ ଅଟକିଥାଏ। ଏହି ଷ୍ଟେଶନଗୁଡ଼ିକରେ କର୍ମଚାରୀମାନେ ଶୌଚାଳୟ ବ୍ୟବହାର କରିବା ପାଇଁ ପର୍ଯ୍ୟାପ୍ତ ସମୟ ଅଛି। ଏହି ସମୟକୁ ଜଳଖିଆ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ। ଉପନଗରୀୟ ଏବଂ ମେଟ୍ରୋ ଟ୍ରେନଗୁଡ଼ିକ କମ ଦୂରତା ପାଇଁ ଚଳାଚଳ କରନ୍ତି ଏବଂ ସେମାନଙ୍କର କର୍ମଚାରୀମାନେ ଟର୍ମିନାଲ ଷ୍ଟେସନଗୁଡ଼ିକରେ ଶୌଚାଳୟ ବ୍ୟବହାର କରନ୍ତି। ଷ୍ଟେଶନରେ ଟ୍ରେନ ଅଟକି ରହିଥିବା ସମୟରେ ଯାତ୍ରୀବାହୀ ଟ୍ରେନରେ କାର୍ଯ୍ୟରତ କର୍ମଚାରୀମାନେ ଟ୍ରେନର ଶୌଚାଳୟ ବ୍ୟବହାର କରନ୍ତି ଏବଂ ଏହି ସମୟକୁ ପାନୀୟ ପାଇଁ ମଧ୍ୟ ବ୍ୟବହାର କରନ୍ତି। ଷ୍ଟେଶନ କର୍ମଚାରୀମାନେ ସର୍ବଦା ଲୋକୋ ପାଇଲଟମାନଙ୍କୁ ସମର୍ଥନ କରନ୍ତି। ଲୋକୋ ପାଇଲଟମାନଙ୍କୁ ୱାକି-ଟକିର ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି ଯାହା ମାଧ୍ୟମରେ ସେମାନେ ଷ୍ଟେସନ କର୍ମଚାରୀଙ୍କ ସହ ଯୋଗାଯୋଗରେ ରହିପାରିବେ।
Comments are closed.