ଫେସ୍ବୁକ୍ ପକ୍ଷରୁ ଭାରତରେ କୋଭିଡ୍-୧୯ ଆନାଉନ୍ସମେଂଟ୍ ଟୁଲ୍ର ବିସ୍ତାର
ଭୁବନେଶ୍ୱର: ଫେସବୁକ୍ ଭାରତରେ କୋଭିଡ୍-୧୯ ଆନାଉନ୍ସମେଂଟ୍କୁ ବିସ୍ତାର କରିଛି । ଏହା ହେଉଛି ଅତ୍ୟାବଶ୍ୟକୀୟ କୋଭିଡ୍-୧୯ ସମ୍ବନ୍ଧିତ ଅପ୍ଡେଟ୍ ଗୁଡିକୁ ନିଜ ସମୁଦାୟ ସହିତ ସେୟାର କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଗୁଡିକର ସ୍ୱାସ୍ଥ୍ୟ ବିଭାଗ ପାଇଁ ଏକ ଉପକରଣ ବା ଟୁଲ୍ । ଏହା କରୋନା ଭୂତାଣୁ ଜନିତ ସ୍ୱାସ୍ଥ୍ୟ ସଙ୍କଟ ସମୟରେ ଲୋକମାନଙ୍କୁ ସୁରକ୍ଷିତ ଓ ସୂଚିତ ରଖିବା ପାଇଁ ଜନସ୍ୱାସ୍ଥ୍ୟ କର୍ତୃପକ୍ଷଙ୍କ କାର୍ଯ୍ୟରେ ସହଯୋଗ କରିବା ଲାଗି ଫେସବୁକ୍ ପକ୍ଷରୁ ଜାରି ରହିଥିବା ପ୍ରୟାସର ଅଂଶ ବିଶେଷ । ଆମେରିକା ପରେ ଭାରତ ହେଉଛି ଏହି ଫିଚର ଶୁଭାରମ୍ଭ କରାଯାଇଥିବା ୨ୟ ଦେଶ । ଆମେ ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ସହିତ ସେମାନଙ୍କ କ୍ଷେତ୍ରାଧିକାରରେ ଏହାକୁ ଆରମ୍ଭ କରିବା ପାଇଁ ସହଭାଗିତା କରିଛୁ । ଏହି କୋଭିଡ୍-୧୯ ଆନାଉନ୍ସମେଂଟ୍ ଫିଚର ସ୍ୱାସ୍ଥ୍ୟ ବିଭାଗ ଗୁଡିକୁ ଲୋକମାନଙ୍କୁ ସେମାନଙ୍କ ସ୍ଥାନୀୟ ସମୁଦାୟ/ରାଜ୍ୟ ପ୍ରାଧିକରଣରେ ସମୟାନୁବର୍ତୀ, ବିଶ୍ୱସନୀୟ କୋଭିଡ୍-୧୯ ଓ ଟିକାସୂଚନା ପ୍ରଦାନ କରିବାର କ୍ଷମତା ଦେବ । ରାଜ୍ୟ ସରକାର ମାନେ ରାଜ୍ୟବ୍ୟାପୀ କିମ୍ବା ନିଜ ରାଜ୍ୟ ମଧ୍ୟରେ ନିର୍ଦ୍ଧିଷ୍ଟ ସହର ଗୁଡିକରେ ଏହି ସତର୍କ ସୂଚନା ଗୁଡିକୁ ଜାରି କରିବା ପାଇଁ ସକ୍ଷମ ହେବେ ।
ଯେତେବେଳେ ଫେସ୍ବୁକ୍ରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପେଜ ୍ଗୁଡିକ ଦ୍ୱାରା କରାଯାଉଥିବା ପୋଷ୍ଟକୁ କୋଭିଡ୍-୧୯ ଆନାଉନ୍ସମେଂଟ୍ ଭାବେ ଚିହ୍ନିତ କରାଯାଇଥାଏ, ସେତେବେଳେ ଆମେ ସେମାନଙ୍କର ପହଂଚକୁ ବୃଦ୍ଧି କରିଥାଉ, ଯାହା ଫଳରେ ସମୁଦାୟ ମଧ୍ୟରେ ଅବସ୍ଥିତ ଲୋକମାନେ ଏହାକୁ ଦେଖି ପାରିଥାନ୍ତି । ଆମେ ପ୍ରଭାବିତ ଅଂଚଳରେ ବାସ କରୁଥିବା ଲୋକମାନଙ୍କୁ ନୋଟି ଫିକେଶନ ପଠାଇବୁ ଏବଂ କୋଭିଡ୍-୧୯ ଇନ୍ଫର୍ମେଶନ ସେଂଟର୍ରେ ଉକ୍ତ ସୂଚନାକୁ ପ୍ରଦର୍ଶିତ କରିବୁ । ଏହା ସମୁଦାୟ ମଧ୍ୟରେ ଲୋକମାନଙ୍କୁ କୋଭିଡ୍-୧୯ କିମ୍ବା କୋଭିଡ୍-୧୯ ଟିକାକରଣ ପ୍ରୟାସ ଗୁଡିକ ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ ଓ ଜରୁରୀ ଅପ୍ଡେଟ୍ ଗୁଡିକୁ ବିତରଣ କରିବାରେ ସାହାଯ୍ୟ କରିବ ।
କୋଭିଡ୍-୧୯ ଆନାଉନ୍ସମେଂଟ ଗୁଡିକୁ ବିଭିନ୍ନ ଉପାୟରେ ଯୋଗା ଯୋଗ କରିବା ପାଇଁ ବ୍ୟବହାର କରାଯାଇ ପାରିବ ଯେପରିକି, ବିଦ୍ୟମାନ କୋଭିଡ୍-୧୯ ଉତ୍ସ ଗୁଡିକ ଉପରେ ସୂଚନା, ଯେପରିକି ହେଲ୍ପ ଲାଇନ୍ ଇତ୍ୟାଦି । ଜିଲ୍ଲା ଗୁଡିକରେ ହସ୍ପିଟାଲ ବେଡ୍ ଉପଲବ୍ଧତା ଉପରେ ଅପ୍ଡେଟ୍, ଯେପରିକି ଇନ୍ଟେନ୍ସିଭ୍କେୟାରୟୁନିଟ୍ (ଆଇସିୟୁ) ବେଡ୍ ଓ ଅକ୍ସିଜେନ୍ ସପୋର୍ଟେଡ୍ବେଡ୍ ।ବର୍ତମାନର କୋଭିଡ୍-୧୯ ନିୟମ ଓ ନିର୍ଦ୍ଦେଶାବଳୀରେ ପରିବର୍ତନ ଯାହାସମୁଦାୟ ଓ ଦୈନନ୍ଦିନ କାର୍ଯ୍ୟକୁ ପ୍ରଭାବିତକରିପାରିବ, ଯେପରିକିଲକ୍ଡାଉନ୍, ନାଇଟ୍କର୍ଫ୍ୟୁ ଓ ଚିକିତ୍ସା ନିମୟରେ ପରିବର୍ତନ ଇତ୍ୟାଦି ।ଟିକା ଯୋଗ୍ୟତା ଓ ପଞ୍ଜୀକରଣ ଏବଂ ଟିକା ନେବାର ବ୍ୟବସ୍ଥା ସମ୍ପର୍କରେ ସୂଚନା । କୋଭିଡ୍-୧୯ ସମ୍ବନ୍ଧିତ ଉପଯୁକ୍ତ ଆଚରଣ ଉପରେ ସଠିକ୍ ସୂଚନା ଏବଂ କୋଭିଡ୍-୧୯ର ସଂକ୍ରମଣକୁ ରୋକିବା ପାଇଁ ପ୍ରତିଷେଧ ମୂଳକ ବ୍ୟବହାରିକ ସ୍ୱାସ୍ଥ୍ୟ ପଦକ୍ଷେପ ପ୍ରଭୁତି ପ୍ରମୁଖ ।
Comments are closed.