‘ପଠାନ’ ପରେ ଏବେ ରାଜକୁମାର ହିରାନୀଙ୍କ ଫିଲ୍ମରେ କାମ କରିବେ ଶାହାରୁଖ

Share It

ଶାହାରୁଖ ଖାନଙ୍କୁ ଆକ୍ସନ୍ ମୋଡରେ ଦେଖିବାକୁ ଫ୍ୟାନ୍ସ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ। ଅଭିନେତା ଶେଷ ଥର ପାଇଁ ୨୦୧୮ ରେ ‘ଜିରୋ’ରେ ନଜର ଆସିଥିଲେ। କିନ୍ତୁ ଫିଲ୍ମର ବିଫଳତା ହେତୁ ଶାହାରୁଖ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ। ବର୍ତ୍ତମାନ କିଙ୍ଗ ଖାନଙ୍କ ପାଖରେ ଫିଲ୍ମର ଲମ୍ବା ଲିଷ୍ଟ ରହିଛି। ଯେଉଁଥିରେ ସିଦ୍ଧାର୍ଥ ଆନନ୍ଦଙ୍କ ‘ପଠାନ’ ଅନ୍ତର୍ଭୁକ୍ତ।

ପ୍ରାୟ ଚାରି ବର୍ଷ ପରେ ଶାହାରୁଖ ଫିଲ୍ମ ପଠାନ ମାଧ୍ୟମରେ ବଲିଉଡକୁ ଫେରୁଛନ୍ତି। ଫିଲ୍ମ ପଠାନରେ ଶାହାରୁଖଙ୍କ ସହ ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରହାମ ମଧ୍ୟ ନଜର ଆସିବେ। ଶାହାରୁଖ, ଦୀପିକାଙ୍କ ବ୍ୟତୀତ ସଲମାନ ଖାନ ମଧ୍ୟ ଏହି ଫିଲ୍ମରେ କାମୋ କରୁଛନ୍ତି।

ସୂଚନା ଅନୁଯାୟୀ, ଶାହରୁଖ ଏହି ମାସରେ ‘ପଠାନ’ର ସୁଟିଂ ଶେଷ କରିବା ମାତ୍ରେ ରାଜକୁମାର ହିରାନୀଙ୍କ ଫିଲ୍ମର ସୁଟିଂ ଆରମ୍ଭ କରିବେ। ଫିଲ୍ମର ପ୍ରି-ପ୍ରଡକ୍ସନ୍ କାମ ଆରମ୍ଭ ହୋଇସାରିଛି। ଫିଲ୍ମର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟସୂଚୀ ପାଇଁ ମୁମ୍ବାଇର ଫିଲ୍ମ ସିଟିରେ ପଞ୍ଜାବର ଏକ ବଡ଼ ଗାଁ ନିର୍ମାଣ କରାଯିବ। ଅଧିକାଂଶ ଫିଲ୍ମ ଏଠାରେ ସୁଟିଂ କରାଯିବ। ଏହା ବ୍ୟତୀତ ଫିଲ୍ମର ସୁଟିଂ ଲଣ୍ଡନ ଏବଂ ବୁଦ୍ଧାପେଷ୍ଟରେ ମଧ୍ୟ ହେବ।


Share It

Comments are closed.