ହୃଦଘାତ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେଲେ ଛତିଶଗଡର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ‘ଅଜିତ ଯୋଗୀ’
ଛତିଶଗଡର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଅଜିତଙ୍କର ହୃଦଘାତ ଯୋଗୁଁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ବର୍ତ୍ତମାନ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି । ନିଶ୍ୱାସ ପ୍ରଶ୍ୱାସ ନେବାରେ ବାଧା ଉପୁଜିବା ହେତୁ ତାଙ୍କୁ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଜିତ ଯୋଗୀଙ୍କ ଷ୍ଟାଫଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ସକାଳେ ବ୍ରେକଫାଷ୍ଟ କରୁଥିବା ସମୟରେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ବାଧା ଉପୁଜି ଥିଲା । ଅଜିତଙ୍କ ଏହି ଅବସ୍ଥା ଦେଖି ପତ୍ନୀ ରେଣୁ ତୁରନ୍ତ ସେଠାରେ କାର୍ଯ୍ୟରତ ଥିବା ଷ୍ଟାଫଙ୍କ ସହାୟତାରେ ତାଙ୍କୁ ହସ୍ପିଟାଲରେ ନେଇକି ପହଞ୍ଚିଥିଲେ । ବର୍ତ୍ତମାନ ଅଜିତଙ୍କ ପୁଅ ହସ୍ପିଟାଲରେ ଆସି ପହଞ୍ଚିଛନ୍ତି ।
ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ସିଂହ ବାଘଲେ ଅଜିତଙ୍କ ପୁଅଙ୍କ ସହ କଥା ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ।
Former Chhattisgarh CM Ajit Jogi has suffered a cardiac arrest at home and has been put on ventilator at the hospital. His condition is critical: Shree Narayana Hospital, Raipur (File pic) pic.twitter.com/yWvDUhhnOc
— ANI (@ANI) May 9, 2020
Comments are closed.