ଇଟି ନାଓ ଇଣ୍ଡଷ୍ଟ୍ରି ଆଇକନ୍ସ ସମ୍ମାନ : ପ୍ରମେୟ ଓଡ଼ିଶାର ଏକ ନମ୍ବର ସମ୍ବାଦପତ୍ର ଭାବେ ସମ୍ମାନିତ

Share It

ଭୁବନେଶ୍ୱର, ଫେବୃଆରୀ ୩: ଇଟି ନାଓ ଇଣ୍ଡଷ୍ଟ୍ରି ଆଇକନ୍ସ -୨୦୨୫ ଇଷ୍ଟ ଚାପ୍ଟରର ପ୍ରଥମ ସଂସ୍କରଣର ସମ୍ମାନ ପ୍ରଦାନ ଉତ୍ସବରେ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ପୂର୍ବ ଭାରତର ଶ୍ରେଷ୍ଠ କର୍ପୋରେଟ ହସ୍ପିଟାଲ୍ ଭାବେ ସମ୍ମାନିତ କରାଯାଇଛି । କୋଲକାତା ଠାରେ ଗତ ଶୁକ୍ରବାର ଦିନ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଟାଇମ୍ସ ନେଟୱାର୍କ ଡିଜିଟାଲ୍‌ର ପ୍ରେସିଡେଂଟ ଓ ସିଓଓ ଶ୍ରୀ ରୋହିତ ଚଢ଼ା ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।
ସେହିପରି ଏହି ଉତ୍ସବରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ ୨ ଫୁଲନଖରାକୁ ଓଡ଼ିଶାର ଶ୍ରେଷ୍ଠ ମଲ୍ଟିସ୍ପେଶିଆଲିଟି ହସ୍ପିଟାଲ ଭାବେ ସମ୍ମାନିତ କରାଯାଇଥିବା ବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ ୩ ଶୀତଳାପଲ୍ଲୀ (ବ୍ରହ୍ମପୁର)କୁ ଓଡ଼ିଶାର ଶ୍ରେଷ୍ଠ ମଲ୍ଟିସ୍ପେଶିଆଲିଟି ଇମର୍ଜିଂ ହସ୍ପିଟାଲ୍ ଭାବେ ମନୋନୀତ କରାଯାଇ ସମ୍ମାନ ପ୍ରଦାନ କରାଯାଇଛି ।
ସେହିପରି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଭୁବନେଶ୍ୱରର କାର୍ଡିଓଲୋଜି, ଅଙ୍କୋଲୋଜି, ନ୍ୟୁରୋଲୋଜି, ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି, ହେମାଟୋଲୋଜି ଏବଂ ନେଫ୍ରୋଲୋଜି ବିଭାଗକୁ ସେହି କ୍ୟାଟେଗୋରୀରେ ଓଡ଼ିଶାର ଶ୍ରେଷ୍ଠ ବିଭାଗ ଭାବେ ମାନ୍ୟତା ପ୍ରଦାନ କରାଯାଇଛି ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭୁବନେଶ୍ୱରର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ ୨ ଫୁଲନଖରାର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଏବଂ ବିଶ୍ୱବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଶୁଭଦର୍ଶିନୀ ମିଶ୍ର ଏହି ସମ୍ମାନ ଗ୍ରହଣ କରିଥିଲେ ।
ଏହି ସମ୍ମାନଗୁଡ଼ିକୁ ବଲିଉଡ୍ ଅଭିନେତା ତଥା ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ପ୍ରସାରିତ ବହୁଚର୍ଚ୍ଚିତ ‘ହିରାମଣ୍ଡି’ ସିରିଜ୍‌ର ଫେମ୍ ତାରା ଶାହା ବଦୁଶାହା, ବିଶିଷ୍ଟ ଭାରତୀୟ ସିନେମା ପ୍ରଯୋଜିକା, ନିର୍ଦ୍ଦେଶିକା, ଲେଖିକା ଶ୍ରୀମତି ନନ୍ଦିତା ରାୟ ଏବଂ ଅଭିନେତା ତଥା ନିର୍ଦ୍ଦେଶକ ଓ ଲେଖକ ଶ୍ରୀ ଶିବପ୍ରସାଦ ମୁଖାର୍ଜୀ ଏବଂ ବଲିଉଡ୍ ଅଭିନେତା ଅପାରଶକ୍ତି ଖୁରାନା ପ୍ରଦାନ କରିଥିଲେ ।
ଏହି ଅବସରରେ ସୁମା ରିୟଲ୍ ମିଡିଆ ପ୍ରାଇଭେଟ ଲିମିଟେଡ୍‌ର ଓଡ଼ିଆ ସମ୍ବାଦପତ୍ର ‘ପ୍ରମେୟ’କୁ ଓଡ଼ିଶାର ଏକ ନମ୍ବର ସମ୍ବାଦପତ୍ର ଭାବେ ସମ୍ମାନିତ କରାଯାଇଥିଲା । ସୁମା ରିୟଲ୍ ମିଡିଆ ପ୍ରାଇଭେଟ ଲିମିଟେଡ୍‌ର ଗ୍ରୁପ୍ ଡାଇରେକ୍ଟର (ସେଲ୍‌ସ ଆଣ୍ଡ ମାର୍କେଟିଂ) ଶ୍ରୀ ହିମାଂଶୁ ଭୂଷଣ ହୋତା ଏହି ସମ୍ମାନ ଗ୍ରହଣ କରିଥିଲେ ।
ଭାରତୀୟ ଶାସ୍ତ୍ରୀୟ ସଂଗୀତଜ୍ଞ ତଥା ସରୋଦ ବାଦକ ଶ୍ରୀ ଅମନ୍ ଅଲ୍ଲୀ ବଙ୍ଗସ୍ ଶ୍ରୀ ହୋତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ ।
ଟାଇମ୍ସ ଗ୍ରୁପ୍ ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ସମ୍ମାନିତ ଅତିଥି ଯୋଗ ଦେଇଥିବା ବେଳେ ଭାରତୀୟ ଅଭିନେତ୍ରୀ ତଥା ପ୍ରଯୋଜିକା ଋତୁପର୍ଣ୍ଣା ସେନ୍‌ଗୁପ୍ତା ଚକ୍ରବର୍ତୀ ମଧ୍ୟ ସାମିଲ ହୋଇଥିଲେ ।
ଟାଇମ୍ସ ନେଟୱାର୍କର ଆସିଷ୍ଟାଂଟ ଭାଇସ୍ ପ୍ରେସିଡେଂଟ ତଥା ପୂର୍ବାଂଚଳର ଆଂଚଳିକ ମୁଖ୍ୟ ଶ୍ରୀ ବିମନ୍ ଦତ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


Share It

Comments are closed.