ଆଙ୍ଗୁଠିରେ ଆଘାତ କାରଣରୁ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରୁ ବାଦ ପଡିବେ ଆର୍ଚର
ୱେଷ୍ଟଇଣ୍ଡିଜ ବିପକ୍ଷରେ ହେବାକୁ ଥିବା ତିନୋଟି ଦିନିକିଆରୁ ବାଦ ପଡିବେ ଇଂଲଣ୍ଡର ଦ୍ରୁତ ବୋଲର ଜୋଫରା ଆର୍ଚର । ତାଙ୍କ ଡାହାଣ ଆଙ୍ଗୁଠିରେ ଆଘାତ ଲାଗିଥିବା କାରଣରୁ ସେ ଆଗାମୀ ସିରିଜରୁ ବାଦ ପଡିବେ ବୋଲି ଏହି ସଂପର୍କ ଟିମ ପକ୍ଷରୁ ସୂଚନା ଦିଆଯାଇଛି । ସେ ପୁଣି କେବେ ଦଳରେ ଯୋଗ ଦେବେ ସେ ସଂପର୍କରେ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଇଂଲଣ୍ଡ ଡାକ୍ତରୀ ଦଳ ସୂଚନା ଦେବେ ବୋଲି କହୁଯାଇଛି । ଆର୍ଚରଙ୍କ ବଦଳରେ ଲକି ଉଡ ଦଳରେ ଯୋଗ ଦେବେ । ମେ ୨୯ରେ ଏଜବାଷ୍ଟନ ରେ ପ୍ରଥମ ମ୍ୟାଚ ଖେଳାଯିବ ।
୨୦୧୯ ମସିହା ପରଠାରୁ, ଆର୍ଚର କହୁଣୀ ଏବଂ ପିଠି ଆଘାତ ସହିତ ସଂଘର୍ଷ କରିଛନ୍ତି।
ତଥାପି, ରାଜସ୍ଥାନ ରୟାଲ୍ସ ସହିତ ଇଣ୍ଡିଆନ୍ ପ୍ରିମିୟର ଲିଗରେ ତାଙ୍କର ପ୍ରତିବଦ୍ଧତା ସହିତ, ଆର୍ଚର ବର୍ଷ ଆରମ୍ଭରୁ ଇଂଲଣ୍ଡର ୧୧ଟି ଧଳା ବଲ୍ ମ୍ୟାଚ୍ ମଧ୍ୟରୁ ନଅଟିରେ ସ୍ଥାନ ପାଇଛନ୍ତି।
Comments are closed.