ଦୀର୍ଘ ଦିନର ବ୍ୟବଧାନ ପରେ ପୁଣିଥରେ ଆଜି ଖେଳ ହେବାକୁ ଯାଉଛି ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ
ଦୀର୍ଘ ଦିନର ଅପେକ୍ଷା ପରେ ପୁଣିଥରେ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ ଖେଳଯିବାକୁ ଯାଉଛି । ୧୧୭ ଦିନର ବ୍ୟବଧାନ ପରେ ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ମଧ୍ୟରେ ତିନୋଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆଜି ଅର୍ଥାତ ଜୁଲାଇ ୮ରୁ ଆରମ୍ଭ ହେବାକୁ ଯାଉଛି । ସିରିଜର ପ୍ରଥମ ମ୍ୟାଚ ସାଉଥଆମଟନର ଏଜିସ ବାଓଲରେ ଖେଳାଯିବ । କିନ୍ତୁ ସବୁଠାରୁ ମୁଖ୍ୟ କଥା ଏହା ଯେ, ଏହି ମ୍ୟାଚକୁ ଦେଖିବା ପାଇଁ ଷ୍ଟାଡିୟମକୁ କୌଣସି ଦର୍ଶକଙ୍କୁ ଅନୁମତି ନାହିଁ । କିନ୍ତୁ କ୍ରିକେଟପ୍ରେମୀ ମାର୍ଚ୍ଚରୁ ମ୍ୟାଚକୁ ଦେଖିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । କରୋନା ଭାଇରସ କାରଣରୁ ମାର୍ଚ୍ଚରୁ କ୍ରିକେଟର ସମସ୍ତ ଗତିବିଧିକୁ ସ୍ଥଗିତ କରାଇ ଦିଆଯାଇଥିଲା । ନୂଆ ନିୟମ ସହିତ ଦୀର୍ଘ ପରେ ପୁଣିଥରେ କ୍ରିକେଟର ପ୍ରତ୍ୟାବର୍ତ୍ତନ ହୋଇଛି । ବର୍ତ୍ତମାନ ଏହା ଦେଖିବାର ଅଛି ଯେ, ପ୍ରଶଂସକ ଘରେ ବସି ଟିଭି ସାହାଯ୍ୟରେ ଏହି ମ୍ୟାଚ ମନୋରଞ୍ଜନ କରୁଛନ୍ତି ନା ବର୍ଷା ଖେଳରେ ବାଧା ସୃଷ୍ଟି କରିବ ।
ପାଣିପାଗର ସୂଚନା ଅନୁଯାୟୀ, ବୁଧବାର ଏବଂ ଗୁରୁବର ଆକାଶ ମେଘାଚ୍ଛନ ରହିବ । ଅର୍ଥାତ ଟେଷ୍ଟ ମ୍ୟାଚର ପ୍ରଥମ ଦୁଇ ଦିନରେ ଆକାଶ ମେଘାଚ୍ଛନ ରହିବ । ବୁଧବାର ଦିନ ୬୨ ପ୍ରତିଶତ ଏବଂ ଗୁରୁବାର ଦିନ ୫୬ ପ୍ରତିଶତ ବର୍ଷା ହେବାର ସମ୍ଭାବନ ରହିଛି । ଏହି ଦୁଇ ଦିନରେ ବର୍ଷା ଯୋଗୁଁ ଖେଳ ପ୍ରଭାବିତ ହୋଇପାରେ । କିନ୍ତୁ ପ୍ରଶଂସକଙ୍କୁ ଏହା ବିଶ୍ୱାସ ରହିଛି ଯେ, ବର୍ଷା ଦୀର୍ଘ ସମୟ ଧରି ବାଧା ସୃଷ୍ଟି କରିପାରିବ ନାହିଁ ।
Comments are closed.