ଇଂଲଣ୍ଡ ରଚିଲା ଇତିହାସ, ଟେଷ୍ଟରେ ସଂଗ୍ରହ କଲା ସର୍ବାଧିକ ୫ଲକ୍ଷ ରନ


ଇଂଲଣ୍ଡ ଟେଷ୍ଟ କ୍ରିକେଟରେ ୫ ଲକ୍ଷ ରନ ସଂଗ୍ରହ କରି କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ସେ ଏହି ଉପଲବ୍ଧି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ହାସଲ କରିଛି । ଶୁକ୍ରବାର ଦିନ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ ଏକ ସିଙ୍ଗଲର ରନ ସଂଗ୍ରହ କରି ଦଳ ପାଇଁ ଏହି ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି । ଇଂଲଣ୍ଡ ୧୦୨୨ଟି ଟେଷ୍ଟ ମ୍ୟାଚ ଖେଳି ଏହି ରେକର୍ଡ ହାସଲ କରିଛି ।
ସେହିଭଳି ଅଷ୍ଟ୍ରେଲିଆ ୫୪୦ ଟେଷ୍ଟ ମ୍ୟାଚ ଖେଳୀ ଏହି ସୂଚୀର ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଏହା ପରେ ତୃତୀୟ ସ୍ଥାନରେ ରହିଛି ୱେଷ୍ଟଇଣ୍ଡିଜ । ଯିଏକି ୫୪୫ ଟେଷ୍ଟ ମ୍ୟାଚ ଖେଳି ୨୭୦୪୪୧ ରନ ସଂଗ୍ରହ କରିଛି ।
ବିଦେଶୀ ମାଟିରେ ଇଂଲଣ୍ଡ ୫୦୦ ଟେଷ୍ଟ ଖେଳିଥିବାବେଳେ ଅଷ୍ଟ୍ରେଲିଆ ୪୦୪ ଟେଷ୍ଟ ଖେଳିଛି । ଭାରତ ବିଦେଶୀ ମାଟିରେ ୪୦୪ଟି ଟେଷ୍ଟ ମ୍ୟାଚ ଖେଳିଥିବାବେଳେ ସେଥିରୁ ମାତ୍ର ୫୧ଟିରେ ବିଜୟ ଏବଂ ୧୧୩ରେ ପରାଜୟ ହାସଲ କରିଛି । ସେଥିରୁ ୧୦୪ଟି ଡ୍ର ରହିଛି ।


Share It

Comments are closed.