ମୋଇନ ଅଲ୍ଲୀଙ୍କୁ ଦଳରେ ସାମିଲ କଲା ଇଂଲଣ୍ଡ, ଏପଟେ ବିରାଟଙ୍କ ବଢିଲା ଟେନସନ

Share It

ଗୁରୁବାରଠୁ ୨ୟ ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ । ପ୍ରଥମ ଟେଷ୍ଟ ଡ୍ର ପରେ ଏବେ ବିଜୟ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । କିନ୍ତୁ ଠିକ୍‌ ଏହି ସମୟରେ ଇଂଲଣ୍ଡ ଦଳରେ ସାମିଲ ହୋଇଛନ୍ତି ଷ୍ଟାର୍‌ ଅଫ ସ୍ପିନର ମୋଇନ ଅଲୀ । ଯାହାକି ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ମାନଙ୍କୁ ଅସୁବିଧାରେ ପକାଇପାରେ । ଖାସ୍‌ କରି ଅଧିନାୟକ ବିରାଟ କୋହିଲଙ୍କୁ ।

୨ୟ ଟେଷ୍ଟ ପୂର୍ବରୁ ଭାରତ ପାଇଁ ସତର୍କର ଘଣ୍ଟି ବାଜିଛି । ଅଫ ସ୍ପିନର ମୋଇନ ଅଲୀଙ୍କୁ ଇଂଲଣ୍ଡ ନିଜ ଟିମରେ ସାମିଲ କରିଛି । ୨ୟ ମ୍ୟାଚ ପୂର୍ବରୁ ସେ ଟିମ୍‌ ସହିତ ଯୋଡ଼ି ହୋଇଯିବେ । ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ମୋଇନ୍‌ ଅଲି କୋହଲିଙ୍କ ୮ଥର ଆଉଟ କରିଛନ୍ତି । ଏଥିଲାଗି ସେ କୋହଲିଙ୍କ ପାଇଁ ଘାତକ ସାଜିପାରନ୍ତି । ପୂର୍ବରୁ ଭାରତରେ ଖେଳାଯାଇଥିବା ଟେଷ୍ଟ ସିରିଜରେ କୋହିଲଙ୍କୁ ମୋଇନ୍‌ ଅଲି ଆଉଟ କରି ଇଂଲଣ୍ଡକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ତେଣୁ ମୋଇନ ଅଲି ୨ୟ ଟେଷ୍ଟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପାଇଁ ଘାତକ ସାଜିପାରନ୍ତି ବୋଲି ଅନୁମାନ କରାଯାଉଛି ।

ବିରୋଟ କୋହିଲଙ୍କ ଅନ୍ତଜାର୍ତୀୟ କ୍ରିକେଟରେ ସବୁଠାରୁ ଅଧିକ ଥର ଆଉଟ କରିଥିବା ସ୍ପିନର…

୧-ଆଦିଲ ରସିଦ ୯ଥର,

୨-ଗ୍ରୀମ ସ୍ୱାନ ୮ ଥର

୩- ମୋଇନ ଅଲି ୮ ଥର

୪- ଆଡାମ ଜାମ୍ପା ୭ ଥର

୫- ନାଥନ ଲିୟୋନ ୭ ଥର

ସୂଚନାଯୋଗ୍ୟ ଯେ, ଭାରତ-ଇଲଂଣ୍ଡ ମଧ୍ୟରେ ୫ଟିକିଆ ଟେଷ୍ଟ ସିରିଜ ଜାରି ରହିଛି । ଗୁରୁବାରଠୁ (ଆସନ୍ତାକାଲି) ଲଡର୍ସ ଗ୍ରାଉଣ୍ଡରେ ଏହି ସିରିଜ୍‌ର ୨ୟ ମ୍ୟାଚ୍‌ ଖେଳାଯିବ । ନଟିଂହମ୍‌ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ବର୍ଷା ଯୋଗୁଁ ଡ୍ର ହୋଇଛି । ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଇଂଲଣ୍ଡ ୧-୦ରେ ଆଗୁଆ ରହିଛି । ତେବେ ୨ୟ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ଉଚ୍ଚ ପ୍ରଦର୍ଶନ କରି ସିରିଜରେ କମ୍‌ବ୍ୟାକ୍‌ କରିବାକୁ ଚେଷ୍ଟା କରିବ ।


Share It

Comments are closed.